ବୁଢିମା ମନ୍ଦିର ର ରତ୍ନମୁଦ କାର୍ଯ୍ୟ ସଂପନ୍ନ

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ ।

ସୁବର୍ଣ୍ଣପୁର- ଢେରାପଡା ଠାରେ ନବନିର୍ମିତ ବୁଢିମା ମନ୍ଦିର ର ରତ୍ନମୁଦ ଉତ୍ସବ ଆଜି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ସମାପନ ହୋଇଛି। ଏଥିପାଇଁ ଆଜି ସକାଳୁ ପବିତ୍ର ମହାନଦୀ ର ତେନ୍ତୁଳି ଘାଟଠାରେ ପୂଜାର୍ଚ୍ଚନା ପରେ ଏକ ବିରାଟ କଳସ ଶୋଭାଯାତ୍ରା ରେ ନଗର ପରିକ୍ରମା ସହ ଢେରାପଡା ସ୍ଥିତ ପୂଜାମଣ୍ଡପରେ ସ୍ଥାପନ କରାଯାଇ ଇନ୍ଦ୍ର ଇନ୍ଦ୍ର।ଣୀ ଙ୍କର ପ୍ରାଣପ୍ରତିଷ୍ଠା ପୂର୍ବକ ବିବାହ କାର୍ଯ୍ୟ ସଂପାଦନ କରି ଆନୁସଙ୍ଗିକ ବିଭିନ୍ନ ଅଙ୍ଗ ଓ ପାର୍ଶ୍ଵ ଦେବତାମାନଙ୍କ ପୂଜା ଯଥା ବାସ୍ତୁ ,କ୍ଷେତ୍ରପାଳ,ଯୋଗିନୀ, ଗ୍ରହ ଦିଗପାଳାଦିଙ୍କ ପୂଜା ପୂର୍ବକ ବୁଢିମା ମନ୍ଦିର ର ରତ୍ନମୁଦ ଉତ୍ସବ ର ସମସ୍ତ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।ପରେ ଉପସ୍ଥିତ ଶ୍ରଦ୍ଧାଳୁ ସମସ୍ତେ ନିଜର ଧାନ,ପଞ୍ଚଶସ୍ୟାଦି ସହ ବିଭିନ୍ନ ଧାତୁ ସମର୍ପଣ କରିଥିଲେ ।ପରେ ସମସ୍ତେ ସାମୁହିକ ପ୍ରସାଦ ସେବନକରିଥିଲେ। ଆଜି କର୍ତ୍ତା ଭାବରେ ରାମଚନ୍ଦ୍ର ପାତ୍ର ଓ ଜ୍ୟୋତିର୍ମୟୀ ପାତ୍ର କାର୍ଯ୍ୟ ତୁଳାଇଥିବାବେଳେ ଆଚାର୍ଯ୍ୟ ଭାବରେ ପଣ୍ଡିତ ମେଘନାଦ ପାଣିଗ୍ରାହୀ ଓ ରାଧେଶ୍ୟାମ ପୁରୋହିତ କାର୍ଯ୍ୟ ତୁଳାଇଥିଲେ


Share: