ଚୋରା ଲୁହା କବାଡି ବ୍ୟାପାର ର ମୁଖ୍ୟ ସୁତ୍ରଧର/ଆସାମୀ ଯାଜପୁର ରୁ ଗିରଫ।

Share:

ପପୁ କୁମାର ସାହୁ

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ପକ୍ଷରୁ ଗତ 29.9.22 ରିଖରେ ବିଶେଷ ସୂତ୍ର ରୁ ଖବର ପାଇ ଭୁବନ ପୋଲିସ ନୂଆ ନିଳକଣ୍ଠପୁର ରୁ ବଡ ଲୁହ। ପାଇପ ବୋଝେଇ ଏକ ଟ୍ରକ୍ ଯାହାର No.OR 04 F 2039 କୁ ଜବତ କରାଯାଇଥିଲା।
ଏହି ଘଟଣା ରେ ପ୍ରାଥମିକ ତଦନ୍ତ ପରେ ଉପରୋକ୍ତ FIR ଦରଜ
କର।ଯାଇ ଅଧିକ ତଦନ୍ତ କରାଯାଇଥିଲା।ଏହି ମାମଲା ରେ ଭୁବନ , ମୃଦଙ୍ଗl ଗ୍ରାମ ର ପ୍ରକାଶ କୁମାର ସ୍ବାଇଁ ପଳାୟନ କରି କୋର୍ଟ ରେ ଆତ୍ମସମର୍ପଣ କରିଥିଲେ।
ମାମଲା ର ତଦନ୍ତ ରେ ଜଣାପଡିଥିଲା ଯେ ଉକ୍ତ ଚୋରା ଲୁହ। ପାଇପ ଯାଜପୁର କଳିଙ୍ଗନଗର ଅଞ୍ଚଳ ରୁ ଚୋରା ରେ କିଛି ସ୍କ୍ରାପ ଚୋର ଆଣିଥିଲେ। ଆହୁରି ମଧ୍ୟ ଏହି ଲୁହ। ପାଇପ ସମ୍ବଧରେ ନକଲି କାଗଜ ପତ୍ର ବନେଇଥିଲେ।
ଭୁବନ ଥାନା ମାମଲା ସଂଖ୍ୟା – 430 Dt 22.10.22 U/S 120B/ 379/411/465/468/420/
34 IPC. Sec 196 Motor Vehicle Act.
ଏହି ମାମଲା ରେ ଗତକାଲି ଭୁବନ ଥାନା ତରଫରୁ ଯାଜପୁର ଅଞ୍ଚଳରେ ଚଢ଼ାଉ କରାଯାଇ ଏହି ବେଆଇନ ସ୍କ୍ରାପ୍ ବେପାର ର ମୁଖ୍ୟ କାର୍ପଟଦାର ଯାଜପୁର ଜିଲ୍ଲା,କଳିଙ୍ଗନଗର,ଥାନା ଅଧିନ ସlରଙ୍ଗପୁର,ପଞ୍ଚାୟତ, ଖୁରୁଣ୍ଟି, ଗ୍ରାମର ଦିବ୍ୟକlନ୍ତ ମଲ୍ଲିକ -20 ( ପିତା – ସୁଦର୍ଶନ ମଲ୍ଲିକ,) ଙ୍କୁ ଗିରଫ କରାଯାଇଛି ଓ ଆଜି କୋର୍ଟ ଚାଲାଣ କରାଯାଇ, ଜାମିନ ନା ମଞ୍ଜୁର ହେବାରୁ, ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି l ଏହି ମାମଲା ରେ ଯାଜପୁର ଅଞ୍ଚଳ ର ଅନ୍ୟ ତିନି ଜଣଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ସୌଭାଗ୍ଯ କୁମାର ସ୍ଵାଇଁ ।
ଏଠାରେ ପ୍ରକାଶ ଥାଉକି, ତା 29.9.22 ରେ ଏହି ଚୋରା ଟ୍ରକ୍ ଓ ଲୁହା ପାଇପ ସବୁ କୁ ଜବତ କରାଯାଇ ଥାନା ରେ ରଖାଯାଇ ବିବିନ୍ନ ଦିଗରୁ ତଦନ୍ତ କରାଯାଇ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରାଯାଇଛି ।


Share: