ଜିଲ୍ଲାପାଳଙ୍କ ବେସରକାରୀ ହସପିଟାଲ ଗସ୍ତ

Share:

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ରୋଗୀଙ୍କ ଚିକିତ୍ସା ସଂପର୍କରେ ଅନୁଧ୍ୟାନ।

ରଞ୍ଜନ ଦାସ ଙ୍କ ରିପୋର୍ଟ ।

ପୁରୀ- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବେସରକାରୀ ହସପିଟାଲ ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ରୋଗୀଙ୍କ ଚିକିତ୍ସା ସଂପର୍କରେ ଅନୁଧ୍ୟାନ କରିଛନ୍ତି ।

ବାଲିଘାଟସ୍ଥିତ ରମାମଣୀ ହସପିଟାଲ ଗସ୍ତକରି ଜିଲ୍ଲାପାଳ ସେଠାରେ ଚିକିତ୍ସିତ ୩ ଜଣ ରୋଗୀଙ୍କ ସହ କଥାବାର୍ତ୍ତା କରିବା ସହ ସେମାନଙ୍କ ସଂପର୍କରେ ଭଲମନ୍ଦ ପଚାରି ବୁଝିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା, ହସପିଟାଲ କର୍ତ୍ତୃପକ୍ଷଙ୍କ ରୋଗୀ ମାନଙ୍କ ପ୍ରତି ବ୍ୟବହାର ଆଦି ସଂପର୍କରେ ପଚାରି ବୁଝିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପକ୍ଷରେ ରୋଗୀ ମାନେ ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା କରି ମଧ୍ୟ ଖୁସିବ୍ୟକ୍ତ କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଣବ ଶଙ୍କର ଦାଶ, ଡିପିଏମ ଟି. ନାରାୟଣ ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂଯୋଜକ ଶ୍ରୀ ବିଭୂପ୍ରସାଦ ପ୍ରମୁଖ ଇ-୨୪ ହସପିଟାଲ ଗସ୍ତକରି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।


Share: