ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ସହର ରେ ଆସନ୍ତା 14 ତାରିଖରେ ଓଡ଼ିଆ ନବ ବର୍ଷ ସାଙ୍ଗକୁ ପଣା ସଂକ୍ରାନ୍ତି ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାୟଗଡା ପୌର ପରିଷଦ ରପୌର ପରିଷଦ ନଗର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ପ୍ରସ୍ତୁତି ବୈଠକ ରେ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ର ନେତା କର୍ମୀ ଙ୍କ ସମତେ ପ୍ରତ୍ୟକ ରାଜନୈତିକ ଦଳ ର ସଭାପତି, ବିଭିନ୍ନ ମହିଳା ଅନୁଷ୍ଠାନ ର କର୍ମକର୍ତ୍ତା, ଜ଼ିଲ୍ଲାର ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି, ବହୁ ବୁଦ୍ଧିଜୀବୀ ସହିତ ସହର ର ବିଭିନ୍ନ ଅନୁଷ୍ଠାନ ଓ ବିଭିନ୍ନ ସଂଘ ର ପ୍ରତିନିଧି ଯୋଗ ଦେଇଥିଲେ l ମଞ୍ଚରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ଓ ମଦନ ମୋହନ ପାଢ଼ୀ, ଆପଲ ସ୍ୱାମୀ କାଡ୍ରକା ଦୁର୍ଗା ପ୍ରସାଦ ପଣ୍ଡା, ବସନ୍ତ ଉଲାକା, କିଶୋର ପଣ୍ଡା, ଲାଳବିହାରୀ ହିମରିକା, ରଞ୍ଜନ ରଥ ମଂଚାସୀନ ରହିଆସନ୍ତା ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି କିପରି ଜନସାଧାରଣ ଙ୍କ ସହଯୋଗ ରେ ଶାନ୍ତୁ ଶୃଙ୍ଖଳା ର ସହିତ ପାଳନ କରିବା ପାଇଁ ଆଲୋଚନା ହୋଇଥିଲା l ଦୁଇ ଦିନ ଧରି ଏହି ଉତ୍ସବ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ କିମ୍ବା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆ ରେ ଅନୁଷ୍ଠିତ କରିବା ପାଇଁ ନିଷ୍ପତି ହୋଇଛି l ବିଭିନ୍ନ କମିଟି ମାନ ଗଠନ କରି ସମସ୍ତିଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଥିବା ଜଣାପଡିଛି l ଗତ ଦୁଇ ବର୍ଷ ଧରି ଯେଉଁ ପଣା ସଂକ୍ରାନ୍ତି ପାଳିତ ହୋଇଥିଲା ତାହାର ଖର୍ଚ୍ଚ ର ହିସାବ କମିଟି ଆବାହକ ଙ୍କୁ ମାଗିବାରୁ ସେ ଏହି କମିଟି ରୁ ଇସ୍ତଫା ଦେଇ ଅନ୍ୟ କେତେକ ବ୍ୟକ୍ତିଙ୍କୁ ନେଇ ହୋଟେଲ ତେଜସ୍ୱୀ ସାମନା ପୋଡିଆରେ କରିବା ପାଇଁ ନିଷ୍ପତି ନେଇ

*ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ଆସନ୍ତା ତା ୧୪.୦୪.୨୩ ରିଖ (ଶୁକ୍ରବାର) ଦିନ “ବିଷୁବ ବନ୍ଧୁ ମିଳନ ଉତ୍ସବ” ତଥା ଓଡ଼ିଆ ନବବର୍ଷ ମହା ଆଡ଼ମ୍ବର ସହକାରେ ରାୟଗଡ଼ା ନଗର ସ୍ଥିତ ହୋଟେଲ୍ ତେଜସ୍ଵୀ ସାମ୍ନା ପଡ଼ିଆ ଠାରେ ପାଳନ କରିବା ପାଇଁ ନିଷ୍ପତି ନେହି ଛନ୍ତି । ଏହାର ଶୁଭ ଆରମ୍ଭ ତଥା ଶୁଭ ଖୁଣ୍ଟି ସ୍ଥାପନ ପାଇଁ ଆସନ୍ତାକାଲି ୩୦.୦୩.୨୦୨୩
ତାରିଖ ଗୁରୁବାର ପବିତ୍ର ଶ୍ରୀ ରାମ ନବମୀ ଦିନ ଦିବା *୧୧:୦୦ ଘଣ୍ଟିକା* ସମୟରେ ଉପରୋକ୍ତ ସ୍ଥାନରେ କରିବା ପାଇଁ ନିଷ୍ପତି ନେଇଛନ୍ତି ।ରାଈସିଂ ବିଡ଼ିକାଆବାହକ, ବିଷୁବ ମିଳନ ଉତ୍ସବ କମିଟି, ରାୟଗଡ଼ା l ତେଲୁଗୁ ନବ ବର୍ଷ ଉଗାଦି ଯେପରି ଦୁଇଟି ସ୍ଥାନରେ ହୋଇଥିଲା ଠିକ ସେହିପରି ଦୁଇ ସ୍ଥାନ ରେ ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ପାଳନ କରାଯିବ ବୋଲି ଜଣାପଡିଛି l ରାୟଗଡା ସହର ହେଉଛି ଭାଇ ଚାରା ର ସହର କିନ୍ତୁ କେତେକ ବ୍ୟକ୍ତି ନିଜର ଫାଇଦା ପାଇଁ ତେଲୁଗୁ ଓଡ଼ିଆ ମତଭେଦ ସୃଷ୍ଟି କରିବାରେ ଲାଗିପଡ଼ିଛନ୍ତି କିନ୍ତୁ ଆମେ ଏହା ହେବାକୁ ଦେବୁନାହଁ ବୋଲି ଆଜିର ଏହି ପ୍ରସ୍ତୁତି ବୈଠକ ରର ଉପସ୍ଥିତ ବୁଦ୍ଧିଜୀବୀ ମନେ ଦୃଢ଼ ମତ ରଖିଥିଲେ l କେତେକ ହାତ ଗଣତି 5 କିମ୍ବା 6 ଜଣ ବ୍ୟକ୍ତି ଆମ ଗୁରୁକୁ ଧରି ପଣା ସଂକ୍ରାନ୍ତି ପାଳନ କରିବୁ ବୋଲି ଆମ ଠାରୁ ଅଲଗା ହୋଇ ହୋଟେଲ ତେଜସ୍ୱୀ ସାମନା ପଡିଆ ରେ କରିବା ପାଇଁ ନିଷ୍ପତି ନେଇ ଛନ୍ତି ବୋଲି ସହର ର ଜନସାଧାରଣ ଆଲୋଚନା ହେବାରେ ଲାଗିଛନ୍ତି l ଆଜିର ଏହି ପ୍ରସ୍ତୁତି ବୈଠକ ରର ପୌର ପରିଷଦ ଉପାଦକ୍ଷା
ଶୁଭ୍ରା ପଣ୍ଡା, କାଉନସିଲେର ମଞ୍ଜୁଳା ଉଲାକା, ପ୍ରତିମା ପାଣିଗ୍ରାହୀ, ବିନୋଦ ପଣ୍ଡା, ଇମ୍ଫା କାରଖାନା ର ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ, ସାଲଭା ରାଜୁ, ସତ୍ୟ ପାଢ଼ୀ, ଟିଟ ରଥ, ଅଶୋକ ପଣ୍ଡା, ସୁରେନ୍ଦ୍ର ସାହୁ, ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ, ବିଜେଡି ୟୁବ ଜନତା ସଭାପତି ଦେବାଶିଷ ଖାଡ଼ଙ୍ଗା ଙ୍କ ସମତେ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ


Share: