ଏ. ପି. ସି. ପ୍ରକଳ୍ପ ର ଲୋକସମ୍ପର୍କ ଏବଂ ସଚେତନତା ରଥ ଉଦଘାଟନ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ସୁନ୍ଦରଗଡ଼ :ସୁନ୍ଦରଗଡ଼ ଜିଲ୍ଲା, ରାଜଗାଙ୍ଗପୁର ପଞ୍ଚାୟତ ସମିତି ଠାରେ କୃଷି ଉତ୍ପାଦକ କ୍ଲଷ୍ଟର ପ୍ରକଳ୍ପ ଦ୍ୱାରା ଲୋକ ସମ୍ପର୍କ ଯାନ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପିଉସ ଲୁହର, ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ଜେନା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଭିନା ମିଞ୍ଜ, ବ୍ଲକ ସହାୟକ ଉଦ୍ୟାନ ଅଧିକାରୀ ମୋନାଲିଶା କିସ୍ପୋଟା, ରେଣୁକା ପ୍ରଧାନ, ଓ.ଏଲ.ଏମ ବ୍ଲକ ଅଧିକାରୀ ବିକ୍ରମ ବାରଲା, ମିଶନ ଶକ୍ତି ବ୍ଲକ ଅଧିକାରୀ ଜାଭିଅର ଟପ୍ପୋ, ଏମ. ଜି.ଏନ.ଆର.ଜି.ଏ. ଅଧିକାରୀ ଶିବ ରତନ ମହାନ୍ତ, ହର୍ଷା ଟ୍ରଷ୍ଟର ଏ.ପି.ସି. ପ୍ରକଳ୍ପ ପରିଚାଳିକା ଶ୍ଵେତାଲି ପଣ୍ଡା, ଏ.ପି.ସି ଏକ୍ସପର୍ଟ ଯଯାତି କେଶରୀ ସାହୁଙ୍କ ସମେତ ଏ.ପି.ସି ପ୍ରକଳ୍ପ କର୍ମଚାରୀ ସୁନୀଲ ମାଝୀ, ସଂଯୁକ୍ତା ଏକା, ଅଞ୍ଜଳି କଂସାରୀ ଆଦିଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲାl ପରେ ଏହା ବ୍ଲକରେ ଏ.ପି.ସି ଦ୍ୱାରା ପରିଚାଳିତ ଛଅ ଟି ଗ୍ରାମ ପଞ୍ଚାୟତର ଲୋକଙ୍କ ପାଖେ ପହଞ୍ଚି ଏପିସିର ଲକ୍ଷ୍ୟ ଏବଂ ଉଦେଶ୍ୟ ପ୍ରଚାର କରାଯାଇଥିଲାl


Share: