କୋଟିଆ ମାମଲା

Share:

ନୂଆଦିଲ୍ଲୀ,/ଭୁବନେଶ୍ୱ(ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁର ଚିଫ ):31/8/2021 କୋଟିଆ ମାମଲା ସମ୍ପର୍କ ରେ କଣ କହିଛନ୍ତି ସୁପ୍ରିମ କୋର୍ଟ ଆସନ୍ତ ନଜର ପକାଇ ବା ଏହି ଖବର ଉପରେ । ପ୍ରକାଶ ଯେ କୋଟିଆ ମାମଲାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ମାମଲାକୁ ରାଜନୈତିକ ଉପାୟରେ ସମାଧାନ କରିବାକୁ କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ମାମଲାର ରାଜନୈତିକ ସମାଧାନ ହେବାର ଆବଶ୍ୟକତା ରହିଛି । ଏନେଇ କୋର୍ଟ ମୌଖିକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଓଡିଶା ଏବଂ ଆନ୍ଧ୍ର ସରକାରଙ୍କୁ ରାଜନୈତିକ ସ୍ତରରେ ଆପୋଷ ବୁଝାମଣା କରି ସମାଧାନ କରିବାକୁ କୋର୍ଟ କହିଛନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଖାନଓ୍ୱାଲକର ମାମଲାର ଶୁଣାଣି କରିଥିଲେ। ତେବେ ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି ।


Share: