92କିଲୋ 650 ଗ୍ରାମ ଗଞ୍ଜେଇ ସହିତ ତିନି ଗିରଫ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜେଇ ଚୋରା ଚାଲାଣ ବେଳେ କାବୁକଲା ପୋଲିସ l 92 କିଲୋରୁ ଉର୍ଦ୍ଧ ପରିଣାର ଗଞ୍ଜେଇ, ଗୋଟିଏ ଅଟୋ ସହିତ ଜଣେ ମହିଳା ଓ 2 ଜଣ ପୁରୁଷ କୁ ଗିରଫ କରିଛି ପୋଲିସ l ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁ ନିକଟ ରେ ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ ଅଟୋ ରୁ ପୋଲିସ 92 କିଲୋ 650 ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ତିନିଜଣକୁ ଗିରଫ କରିଥିଲା l ଗିରଫ ଅଭିଯୁକ୍ତ ମାନେ କନ୍ଧମାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଥିବା ବେଳେ ଗଞ୍ଜେଇ କେହୁଁ ଠାରୁ କେହୁଠିକୁ ଚାଲାଣ ହେଉଥିଲା ତାର ସୁରାଖ ଖୋଜୁଛି ପୋଲିସ l


Share: