କଂଗ୍ରେସ ଦଳ ମୋତେ ଅପମାନ କରିଛି,ମୁଁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବି

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡା : ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲା କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ସିଧାସଳଖ ଅଭିଯୋଗ ଆଣିଛନ୍ତି କଂଗ୍ରେସ ଟିକଟରୁ ବଂଚିତ ହୋଇ ପୈାରାଧ୍ୟକ୍ଷ ଆସନ ପାଇଁ ନିର୍ବାଚନ ଲଢୁଥିବା ସ୍ୱାଧିନ ପ୍ରାର୍ଥିନି ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝିଙ୍କ ପତ୍ନୀ ଶ୍ରୀମତି ମମତା ମାଝି । ରାଜସ୍ଥାନରୁ ରାୟଗଡାକୁ ୨୪ଘଂଟାରେ ପଂହଚିବାକୁ ଡାକାରା ଦେଲେ । ମୁଁ ୨୪ଘଂଟା ମଧ୍ୟରେ ୨୫ଶହ କିଲୋମିଟର ପାର କରି ରାୟଗଡାରେ ପଂହଚିଥିବା ବେଳେ ମୋତେ ଅପମାନ ଓ ପରିହାସ କରିବା ଭଳି କାର୍ଯ୍ୟକଳାପ କରି ଅନ୍ୟ ଜଣଙ୍କୁ ଟିକେଟ ଦେଇ କୁଟ ଚକ୍ରାନ୍ତ କରିଛି ରାୟଗଡା ଜିଲ୍ଳା କଂଗ୍ରେସ ବୋଲି ଆଜି ହୋଟେଲ ସାଇ ଇଂଟରନ୍ୟାସନାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ମମତା ମାଝି । ଆଉ ଏବେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ମୋ ସ୍ୱାମୀ ପୂର୍ଣ୍ଣଚନ୍ଦ୍ରଙ୍କ ଉପରେ ଦଳୀୟ ନେତାମାନେ ଚାପ ପକାଉଛନ୍ତି । ଯାହାକି ମୁଁ କଦାପି ହେବାକୁ ଦେବିନିି ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି ବୋଲି ମମତା କହିଛନ୍ତି । ରାୟଗଡାର ୨୪ଗୋଟି ୱାର୍ଡରେ ଡିସିସି ପକ୍ଷରୁ ସଂପୂର୍ଣ୍ଣ କାଉନସିଲର ପ୍ରାର୍ଥୀ ଦିଆ ହୋଇ ନ ଥିବା ବେଳେ ଲୋକସଭା ସାଂସଦ ସପ୍ତଗିିରି ଉଲାକା ନିଜ ୱାର୍ଡରେ ହିଁ ପ୍ରାର୍ଥୀ ଦେବାରେ ଅସକ୍ଷମ ହୋଇଛନ୍ତି ।

ଏହାଠାରୁ ଆଉ ଲଜ୍ୟାଜନକ ବିଷୟ କଣ ବୋଲି ଶ୍ରୀମତି ମାଝି କହିଛନ୍ତି । କଂଗ୍ରେସ ପକ୍ଷରୁ ପୈାରାଧ୍ୟକ୍ଷ ଟିକେଟ ଦେବା ନାଁରେ ମୋତେ ୫୦ରୁ ୬୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ ବୋଲି ବଜେଟ୍ ପ୍ରସ୍ତାବ ଦେଇଥିଲେ ରାୟଗଡା ଡିସିସି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା । କିନ୍ତୁ ଟିକଟ ଅନ୍ୟଙ୍କୁ ଦେଇ ମୋତେ ପରିହାସ କରିବା ଓ ଅପମାନ କରି ନାରୀଙ୍କୁ କେଉଁଭଳି ସମ୍ମାନ ଦିଆଯାଇଛି ଜିଲ୍ଳା କଂଗ୍ରେସରେ ବୋଲି କଂଗ୍ରେସ ଉପରେ ବର୍ଷିଛନ୍ତି ଶ୍ରୀମତି ମାଝି । ଗତ ୫ ତାରିଖରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ଲୋକସଭା ଯୁବ ସଭାପତି ଭବାନୀଶଙ୍କର ଜେନା ଓ ସନ୍ତୋଷ ଶତପଥି ଫୋନ ଯୋଗେ ତୁମ ଟିକେଟ ଚୁଡାନ୍ତ ହୋଇଥିବା କହି ରାଜସ୍ଥାନରୁ ରାୟଗଡାକୁ ଡକାଇଥିଲେ । ସଭାପତି ଶ୍ରୀ ପଣ୍ଡା,ବିଧାୟକ ପ୍ରାର୍ଥୀ ଆପଲସ୍ୱାମୀ କାଡ୍ରକା ଓ ଲୋକସଭା ସାଂସଦ ସପ୍ତଗିରି ଉଲାକା ମୋତେ ନାମାଙ୍କନ ପତ୍ର ଦାଖଲ ପାଇଁ କହିଥିଲେ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ୭ତାରିଖରେ ଓକିଲଙ୍କ ଠାରେ କାଗଜପତ୍ର ପ୍ରସ୍ତୁତ ବେଳେ ମୋତେ ଜାଣିଶୁଣି ସେଠାରେ ଦିନ ୧୧ଟା ପର୍ଯ୍ୟନ୍ତ ଅଟକାଇ ଦିଆଯାଇ ଆପାଲସ୍ୱାମୀ କାଡ୍ରକାଙ୍କୁ ପୈାରାଧ୍ୟକ୍ଷ ପ୍ରାର୍ଥୀ ଭାବେ ଦଳୀୟ ଟିକେଟ ଦିଆଗଲା । ତେଣୁ ମୁଁ ମୋର ପରିବାରର ସମ୍ମାନ ଓ ଆତ୍ମସମ୍ମାନକୁ ଦୃଷ୍ଟିରେ ରଖି ପୈାର ନିର୍ବାଚନ ମଇଦାନରେ ସ୍ୱାଧୀନ ଭାବେ ଲଢିବି ବୋଲି କହିଛନ୍ତି ନିଷ୍ପତି ନେଇଛି ଏବଂ ମୋତେ ଯେଉଁ ୱାର୍ଡ କାଉସନସିଲର ମାନେ ସହଯୋଗ କରିବେ ମୁଁ ମଧ୍ୟ ତାଙ୍କୁ ସହଯୋଗ କରିବି ବୋଲି କହିଛନ୍ତି ମମତା ।


Share: