ତେରଗାଁ ପଲ୍ଲୀରେ ପହଁଚିଲା ପ୍ରଶାସନ ଶୁଣିଲା ଲୋକଙ୍କ ଅଭିଯୋଗ

Share:

ବିଶ୍ୱଜିତ ପ୍ରଧାନ

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତେରଗାଁ ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ “ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ତେରଗାଁ ସରପଞ୍ଚ ବିଦ୍ଯାଧର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସିଡିପିଓ କବିତା ମଲ୍ଲିକ,ଗଡରୋମିତ ସମିତିସଭ୍ଯଙ୍କ ପ୍ରତିନିଧି ତଥା ଅଞ୍ଚଳର ସୁନାମଧନ୍ୟ ସମାଜସେବୀ କୁମରମଣୀ ମହାନ୍ତି,ତେରଗାଁ ସମିତି ସଭ୍ୟ ରତିକାନ୍ତ ମହାପାତ୍ର, ମିଶନଶକ୍ତି ବ୍ଲକ ସଂଯୋଜିକା ସଂପୂର୍ଣ୍ଣା ପତି, କନିଷ୍ଠ ଯନ୍ତ୍ରୀ ବିଭୁତି ଭୂଷଣ ବେହେରା, ବ୍ଲକ ପ୍ରକଳ୍ପ ସଂଯୋଜକ ନିଗମାନନ୍ଦ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଗ୍ରାମ ରୋଜଗାର ସେବକ ହିମାଂଶୁ ଶେଖର ମହାପାତ୍ର ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ପ୍ରଧାନ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଢେଇ ହଜାରରୁ ଅଧିକ ଲୋକ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। 500 ରୁ ଉର୍ଦ୍ଧ ଅଭିଯୋଗ କାରୀ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଥିଲେ ହେଲେ ବ୍ଲକର ବିଡିଓ, ତହସିଲଦାର ଙ୍କ ସହ ଅନେକ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କ ଅନୁପସ୍ଥିତି କାର୍ଯ୍ୟକ୍ରମକୁ ଫିକା କରିଦେଇଥିବା ସାଧାରଣରେ ଆଲୋଚନା ହେଉଛି।


Share: