କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀଙ୍କ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ସମୀକ୍ଷା

Share:

ପପୁ କୁମାର ସାହୁ

ଢେଙ୍କାନାଳ : କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ , ସଂସ୍କୃତି ମନ୍ତ୍ରଣାଳୟର ସଚିବ ତଥା ଅର୍ଥ ପରାମର୍ଶଦାତା ଶ୍ରୀମତୀ ରଞ୍ଜନା ଚୋପ୍ରା ନୀତି ଆୟୋଗ ଦ୍ୱାରା ୨୦୧୮ ମସିହାରୁ କାର୍ଯ୍ୟକାରୀ ହେଉଥିବା ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମକୁ ସମୀକ୍ଷା କରିଛନ୍ତି । ଆଜି ମଧ୍ୟାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଶ୍ରୀମତୀ ଚୋପ୍ରା , ଆକାଂକ୍ଷା ଜିଲ୍ଲା ଅନ୍ତର୍ଗତ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନାରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା , ପୁଷ୍ଟିସାଧନ , ଯକ୍ଷ୍ମା ନିରାକରଣ , ପଶୁପାଳନ ଓ ସେମାନଙ୍କର ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା , ବିଦ୍ୟାଳୟମାନଙ୍କରେ ଶୌଚାଳୟ , ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା , ସୂକ୍ଷ୍ମ ଜଳସେଚନ , ମୃତ୍ତିକା ପରୀକ୍ଷା ଓ ସଂରକ୍ଷଣ , ଫଳ ଓ ପନିପରିବା ଚାଷ ଓ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟ କାରିତା , ଗ୍ରାମପଚାୟତରେ ଇନ୍ଟରନେଟ ବ୍ୟବସ୍ଥା , ସ୍ଥାୟୀ ରାସ୍ତା ନିର୍ମାଣ ଆଦି ସମୀକ୍ଷା କରିଛନ୍ତି । ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା – ଅପହଞ୍ଚ ଅଞ୍ଚଳକୁ ଯୋଗାଯୋଗ ନିମନ୍ତେ ସୁଗମ କାର୍ଯ୍ୟକ୍ରମ , ଜନସାଧାରଣଙ୍କ ସମସ୍ୟା ଦୂର ନିମନ୍ତେ ସମାଧାନ କାର୍ଯ୍ୟକ୍ରମ , ସାକ୍ଷରତା ବୃଦ୍ଧି ନିମନ୍ତେ ଇଟ ୱାନ ଟିଚ ୱାନ କାର୍ଯ୍ୟକ୍ରମ , ବିଭିନ୍ନ ଭତ୍ତା ପ୍ରଦାନ ନିମନ୍ତେ ଭରସା ଯୋଜନା , ବାଲ୍ୟବିବାହ ରୋକିବା , ଶିଶୁ ଶ୍ରମିକ ଉଚ୍ଛେଦ , ପ୍ରତି ପଂଚାୟତ ତିଆରି ହେଉଥିବା ପ୍ରସସ୍ଥ ମାଟି ରାସ୍ତା , ମଡେଲ ପୋଖରୀ , ରୁରାଲ ପାର୍କ , ଖେଳ ପଡିଆ ସମ୍ପର୍କରେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀଙ୍କୁ ଅବଗତ କରାଇଥିଲେ । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୧୦ ଟି ଆକାଂକ୍ଷା ଜିଲ୍ଲା ମଧ୍ୟରୁ ଢେଙ୍କାନାଳ ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିପାରିଛି ବୋଲି ସେ ପ୍ରକାଶ କରିଥିଲେ । କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଶ୍ରୀମତୀ ଚୋପ୍ରା ଆଜି ପୂର୍ବାହ୍ନରେ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସ୍ମାର୍ଟ କ୍ଳାସ ଏବଂ ବନ ବିଦ୍ୟାଳୟରେ ହେଉଥିବା ପାଠ ପଢା ଦେଖ୍ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ , ପ୍ରଧାନ ଶିକ୍ଷୟତ୍ରୀ ଏବଂ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ସେ ଆନନ୍ଦ ନଗର ( କାଠଗଡା ) ଠାରେ ଥିବା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବୁଲି ଦେଖ୍ ଜିଲ୍ଲା ମୁଖ୍ୟ ଡା . ଅଶୋକ କୁମାର ଦାଶ , ଡି.ପି.ଏମ. , ଏନ.ଏଚ୍.ଏମ . ସୋନାଲୀ ପ୍ରିୟଦର୍ଶିନୀଙ୍କ ସହିତ ସ୍ୱାସ୍ଥ୍ୟ କାରିତା ସମ୍ପକରେ ଆଲୋଚନା କରିଥିଲେ । ଏହା ପରେ ସେ ମହିଷାପାଟସ୍ଥିତ ମଙ୍ଗଳାସାହିର ଆମ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ସଦେଇବେରେଣୀ କଳାକୃତି ଗ୍ରାମ ନବଜୀବନପୁର ପରିଦର୍ଶନ କରି ଏହାକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ଚିକିତ୍ସା ଅଧିକାରୀ କେନ୍ଦ୍ରର କାର୍ଯ୍ୟ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଶ୍ରୀମତୀ ଚୋପ୍ରାଙ୍କ ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ , ଯୋଜନା ଓ ପରିସଂଖ୍ୟାନର ଉପ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସେଠୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Share: