ପୁରୀ ଜିଲ୍ଲାରେ ମେଗା ଆଇନ ସେବା ଶିବିର ଚଳିତ ମାସ ୬ ତାରିଖରେ

Share:

ରଞ୍ଜନ ଦାସ

ପୁରୀ: ଚଳିତ ମାସ ୬ ତାରିଖରେ ପୁରୀ ଜିଲ୍ଲାରେ ଏକ ମେଗା ଆଇନ ସେବା ଓ ସଚେତନତା ଶିବିର ପୁରୀ ସ୍ପୋର୍ଟ୍ସ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ଏହି ଶିବିର ଆୟୋଜନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ଯାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା| ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶୀ ଦେବାଶିଷ ଦାଶ ଯୋଗ ଦେଇଥିଲେ। ଆଇନର ଶାସନରେ ସମସ୍ତେ ନ୍ୟାୟ ପାଇବା ଜରୁରୀ ଅଟେ | ନ୍ୟାୟ ପାଇବା କେବଳ କୋର୍ଟ ଭିତ୍ତିକ ଆଇନ ସେବାରେ ସୀମିତ ନୁହେଁ | ଲୋକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ଏହି ଶିବିର ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରାଧିକରଣର ସମ୍ପାଦକ ଶ୍ରୀ ଦାଶ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଥିଲେ।ତା ୬.୧୧.୨୦୨୨ ରିଖ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ପୁରୀ ଙ୍କ ପକ୍ଷରୁ ଏହି ମେଗା ଶିବିରର ଆୟୋଜନ କରାଯାଉଛି | ଏଥିରେ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ମାନଙ୍କୁ ସଚେତନ କରାଇବା ସହ ସେମାନଙ୍କର ପ୍ରାପ୍ୟ ପ୍ରଦାନ ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କୁ ପରାମର୍ଶ ଦିଆ ଯାଇଛି | ଏଥିରେ ହିତାଧିକାରୀ ମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ସହ ସଚେତନତାର ବାର୍ତ୍ତା ଦିଆଯିବ | ଶିବିରର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗକୁ ଦିଆଯାଉଥିବା ଦାୟିତ୍ୱ କୁ ସଠିକ ନିର୍ବାହ ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |


Share: