ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ବରେ ଏକ ବିଶାଳ ‘ଜନ ସମ୍ପର୍କ ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଅଛି। ଏହି ପଦଯାତ୍ରା ବ୍ରହ୍ମଗିରିର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଲାରନାଥ ମନ୍ଦିର ପିଠରୁ ଆରମ୍ଭ ହୋଇ କେରାଣ୍ଡିଆ ପଡ଼ିଆ ଠାରେ ପହଞ୍ଚି ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଶ୍ରୀ ଦାସବର୍ମା ଆୟୋଜିତ ଜନ ସଂପର୍କ ପଦଯାତ୍ରାରେ ଯୋଗଦେଇ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେଉଥିବା ପଦଯାତ୍ରା ସାଧାରଣ ଜନତାଙ୍କ ନିକଟରେ ଆହୁରି ବ୍ୟାପକ ଭାବେ ପହଞ୍ଚିବା ନିମନ୍ତେ ଜନପ୍ରତିନିଧିଙ୍କ ପାଇଁ ଏକ ନିଆରା ସୁଯୋଗ ସୃଷ୍ଟି କରିଛି ବୋଲି ଉଲ୍ଲେଖ କରିଛନ୍ତି। ନିର୍ବାଚିତ ଜନପ୍ରତିନିଧି ସାଧାରଣ ଜନତାଙ୍କ ନିକଟରେ ଉତ୍ତରଦାୟୀ ବୋଲି ଅଭିହିତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଦିଗଦର୍ଶନ ଯୋଗୁଁ ଶିକ୍ଷା, ସ୍ବାସ୍ଥ୍ୟସେବା, ଗମନାଗମନ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ସମଗ୍ର ରାଜ୍ୟରେ ଉଲ୍ଲେଖନୀୟ ବିକାଶ ସମ୍ଭବପର ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି। ସାଢ଼େ ଚାରିକୋଟି ଓଡିଶାବାସୀଙ୍କୁ ନିଜ ପରିବାର ବୋଲି ଘୋଷଣା କରିବାକୁ ଯାଇ ସମାଜର ବଞ୍ଚିତ ବର୍ଗଙ୍କ କଲ୍ୟାଣ ପାଇଁ ବିଗତ ଦୁଇ ଦଶନ୍ଧି ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଆସିଛନ୍ତି ବୋଲି ଶ୍ରୀ ଦାସବର୍ମା ଅଭିଭାଷଣ ଦେଇଛନ୍ତି।

ଶ୍ରୀ ଦାସବର୍ମା ବ୍ରହ୍ମଗିରି ବ୍ଲକ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ନେତୃବୃନ୍ଦ, ନବନିର୍ବାଚିତ ଜନପ୍ରତିନିଧି, ଦଳୀୟ କର୍ମି ଓ ବରିଷ୍ଟ ନେତୃବୃନ୍ଦ ଏବଂ ଜନସାଧାରଣ ମାନଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଦୟା, ଭାର୍ଗବୀ, ରତ୍ନଚିରା, ଲୁଣା, ବ୍ରହ୍ମଗିରି ବ୍ଲକ ଦକ୍ଷିଣ କାଣିଆ, ବେଣା କାଣିଆ, ବକ୍ସି କାଣିଆ, ଏକ ନାଳିଆ, ଚଉଦସହ ମୈାଉଜା ଚାଷି କମିଟି ଓ ସୁନାମୁଖି ଚାଷି କମିଟିଙ୍କ ଅନୁରୋଧ କ୍ରମେ ଦକ୍ଷିଣ କାଣିଆ, ବକ୍ସି କାଣିଆ, ବେଣା କାଣିଆ ପାଇଁ 6କୋଟି ଟଙ୍କା ଏବଂ ସୁନାମୁଖି ଶେଷ ଭାଗରେ ଏକ କଣ୍ଟ୍ରୋଲ ଷ୍ଟକ୍ଚର ପାଇଁ 7କୋଟି ମଞ୍ଜୁର କରି ଆସନ୍ତା ମାସଠାରୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଜନସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଦଳର କର୍ମୀ ଏବଂ ସ୍ଥାନୀୟ ନେତୃବୃନ୍ଦଙ୍କୁ ଆହ୍ବାନ କରିଛନ୍ତି ଶ୍ରୀ ଦାସବର୍ମା। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଉପାଧ୍ୟକ୍ଷା ଶକୁନ୍ତଳା ଗଡ଼ୁ, ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଉପାଧ୍ୟକ୍ଷଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ଲକ୍ଷ୍ମୀଧର ସାହୁ, ସନ୍ଦିପ କୁମାର ଜେନା, ମୋନାଲିସା ମିଶ୍ର, ପୁରୀ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ କାର୍ତ୍ତବୀଯ୍ୟ ସ୍ଵାଇଁ, ବରିଷ୍ଟ ନେତା କେଦାରନାଥ ଜେନା, ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକର ବରିଷ୍ଠ ନେତୃବୃନ୍ଦ, ଦଳୀୟ ପଦାଧିକାରୀ, କର୍ମୀ ତଥା ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।


Share: