କୋଭିଡ୍ ସଂକ୍ରମଣ ପ୍ରତିରୋଧ କରିବା ନିମନ୍ତେ ନିର୍ଦ୍ଦେଶ ନାମl ଜାରିକଲେ ଜିଲ୍ଲାପାଳ

Share:

ଅମୁଲ୍ୟ ନିଶାଙ୍କ ରିପୋର୍ଟ।

ରାୟଗଡ-ମହାମାରୀ କରୋନାର ସମ୍ବାବ୍ୟ ତୃତୀୟ ଲହର ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ତଥା ରାଜ୍ୟର କେତେକ ଜିଲ୍ଳାରେ ଓମିକ୍ରନ ବୃଦ୍ଧି ପାଉଥିବାରୁ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଜିଲ୍ଲା ପ୍ରଶାସନ ସଂକ୍ରମଣ ନହେବା ପାଇଁ ଉଦ୍ୟମ ଜାରିରହିଛି l ଵିଶେଷ କରି ନୂତନ ବର୍ଷର ସ୍ୱାଗତ ପାଇଁ ଜିରୋ ନାଇଟ ପାଳନ, ନୂତନ ବର୍ଷରେ ସମାବେଶ ଓ ବଣଭୋଜି ଆଦି ଉପରେ କଟକଣା ଜାରୀ କରିଛନ୍ତି l

ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପୋଜିତିଭ କେଶ ଓ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଶଯ୍ୟା ଆଇସିୟୁ ଗୁଡ଼ିକର ମୋନିଟରିଂ କରିବାକୁ କହିଛନ୍ତି l ପିଡି,ଡିଆରଡିଏ ତଥା ନୋଡାଲ ଅଧିକାରୀ ,ଉପଜିଲ୍ଲାପାଳ ମାନଙ୍କୁ ପର୍ଵ ସମୟରେ ସାତକର୍ତା ଅବଲମ୍ବନ କରିବାକୁ ଓ କରନା କଟକଣା ବିଶେଷ କରି ସାନିଟାଇଜେର,ମାସ୍କ ବ୍ୟବହାର ଓ ସାମାଜିକ ଦୂରତା କଡlକାଦୁ ଭାବେ କାର୍ଯ୍ୟକାରୀ କରିବାକୁ ନିୟମିତ ତଦାରଖ ପାଇଁ ନିର୍ଦ୍ଧେଶ ଦେଇଛନ୍ତି l ଆରକ୍ଷୀ ଅଧୀକ୍ଷକ ରାୟଗଡଙ୍କୁ କୋଭିଡ ନିୟମାବଳୀ ପାଲନ ଓ ଜନସମାବେଶ ଉପରେ କଡା ନଜର ରଖିବା କାହାଯାଇଛି l ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରିକଲିନ କାର୍ଫୁ ସବୁଦିନ ରାତ୍ର ୧୦.୦୦ଘଟିକରୁ ସକlଳ ୫.୦୦ଘଟିକା ଯାଏ ଲାଗୁକରାଯାଇଛି l ସମସ୍ତ ଧର୍ମିକକର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି l ରାଜନୈତିକ ସମାବେଶରେ କେବଳ ୧୦୦ଜଣ ବ୍ୟକ୍ତିଙ୍କୁଅନୁମୋତି ଦିଅlଜିବ l ମେଳା, ମହତ୍ସଵ, ବଣଭୋଜି ଆଦି ଉପରେ କଟକଣା ଲାଗୁକରାଯାଇଛି l ସଭାଗୃହ,ଇଣ୍ଡର ହଲ,ସିନେମା ଆଦି ମlନଙ୍କରେ କେବଳ ୫୦%ଲାକଙ୍କୁ ନେଇକି ଆୟୋଜନ କରାଯିବ l ଉପଜିଲ୍ଲାପାଳଙ୍କ ଅନୁମତିରେ ଯାତ୍ରା,ନାଟକ ଆଦି ସାମାଜିକ ଦୂରତା ନେଇ ଆୟୋଜନ କରାଯାଇପାରିବ l ବାହାଘର,ବ୍ରତଘର, ଶୁଦ୍ଧ କ୍ରିୟ, ଆଦିରେ କେବଳ ୨୫୦ଜଣ ବ୍ୟକ୍ତିଙ୍କୁ ଅନୁମତି ଦିଅlଜିବ l ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଧାର୍ମିକ ଯାନିଯାତ୍ରାରେ ବାଣ ଫୁଟାଇବା ଉପରେ କଟକଣା ଜରିକରାଯାଇଛି l ଜନସାଧାରଣ କେବଳ ସବୁଜ ବାଣ କୁ ଅନୁମତି ପ୍ରଦାନ କରାଯାଇଛି l ରାତ୍ରିକଲିନ କର୍ଫୁ କେତେକ ଅତ୍ୟାବଶ୍ୟକ ସେବାକୁ ବଡ ଦିଆଯାଇଛି l

କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି l କୋଭିଡ-୧୯ ନିୟମାବଳୀ ମାନୁନଥିବା ବ୍ୟକ୍ତି ମାନଙ୍କଠାରୁ ଜୋରିମାନା ଆଦାୟ କରିବାକୁ ଉପଜିଲ୍ଲାପାଳ ,ତହସିଲଦାର ମାନଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି l


Share: