ଖରିନାସି ଠାରେ ଇଟା ମାଲିକ ଙ୍କ ମୃତ ଦେହ ଉଦ୍ଧାର

Share:

ନିତ୍ୟସୁନ୍ଦର ଜେନା ସ୍ୱତନ୍ତ୍ର ପ୍ରତିନିଧି

କେନ୍ଦ୍ରାପଡା :କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗ୍ରାମ ରେ ବିଭତ୍ସ ହତ୍ୟାକାଣ୍ଡ ବୋଲି ଲୋକ ମାନେ ସଂଦେହ କରୁଅଛନ୍ତି କାରଣ ଶରୀରରେ ଧାରୁଆ ଅସ୍ତ୍ରରେ ହଣାହୋଇଥିଵା କଟାଦାଗ ଦେଖାଯାଉଛି, ହତ୍ୟା କାଣ୍ଡ କାରଣ ଅସ୍ପଷ୍ଟ ଥିବାବେଳେ , ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ,
, ପିତାପାଟ ଗ୍ରାମ ର ଦୀନେଶ ବୈଦ ଖରନାସୀ ଠାରେ ଇଟାଭାଟି କରି ବୋପାର କରୁଥିଲେ , ରାତିରେ ଭାଟି ଶ୍ରମିକ ସହିତ ଭୋଜି ଆୟୋଜନ କରିଥିଲେ , ରାତିରେ ଘରକୁ ନଯାଇ ଭାଟିରେ ରହିଥିଲେ ,ଆଜି ସକାଳୁ ଇଟା ଭାଟି ପରିସରରେ ,କ୍ଷତବିକ୍ଷତ ଶରିର କୁ ଦେଖି ଥିଲେ ସ୍ଥାନିୟ ଲୋକ , ପରିବାର କୁ ଖବର ଦେଇଥିଲେ , ଏନେଇ ଜମ୍ବୁ ସାମୁଦ୍ରିକ ଥାନା ରେ ଅଭିଯୋଗ ହୋଇଅଛି , ଦୀନେଶ ବୈଦ କୁ ହତ୍ୟା କରାଯାଇ ଥିବା ସଂଦେହ କରାଯାଉଅଛି ପୋଷ୍ଟଵଟମ ରିପୋର୍ଟ ଆସିବା ପରେ ଓ ପୋଲିସ ତଦନ୍ତ ହୋଇ ସାରିଲେ ମୃତ୍ୟୁ ସଂପର୍କରେ ସଠିକ୍ ତଥ୍ୟ ମିଳିପାରିବ


Share: