ମାଳ ମାଳ ଯୋଜନା କାହାପାଇଁ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଗଞ୍ଜାମ :ନିରାଶ୍ରୟ ମାନଙ୍କୁ ଘର ଯୋଗାଇ ଥଇଥାନ କରିବା ଲାଗି ସରକାର ଙ୍କ ମାଳ ମାଳ ଯୋଜନା । ଏବଂ ଏହି ଯୋଜନା ର ପ୍ରଚାର ପ୍ରସାର ଲାଗି ସରକାର ପ୍ରତ୍ୟେକ ଗଳି କନ୍ଦିରେ ବଡ ବଡ଼ ପୋଷ୍ଟର ଲଗାଇଛନ୍ତି । କିନ୍ତୁ ଆଜି ବି ଅନେକ ପରିବାର ରହିଛନ୍ତି ସେମାନେ ଏହି ସରକାରି ଯୋଜନା ଠାରୁ ବହୁ ଦୁରରେ । ସେମିତ ଏକ ପରିବାର ଯାହାର ନା ମୁଣ୍ଡ ଉପରେ ଛାତ ଅଛି ନା ଦିନକୁ ଦୁଇମୁଠା ଖାଇବାକୁ ମିଳୁଛି । କେବଳ ଦୁଇଖଣ୍ଡ ଜରି ପାଲ ତଳେ ଦୁଃଖ କଷ୍ଟେ ଚଳୁଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଏସ. ରାମଚନ୍ଦ୍ରପୁର ର ରମା ଡାକୁଆ ଙ୍କ ପରିବାର ।

ଦୁଇ ଖଣ୍ଡ ଜରି ପାଲ ବନ୍ଧା ଝାଟି ମାଟି ଘର । ଦିନ ରେ ସୂର୍ଯ୍ୟ ରାତିରେ ଜହ୍ନ ଦେଖାଯାଉଛି ଘରେ । ବର୍ଷାଦିନ କଥା ତ ନକହିବା ଭଲ ଦାଣ୍ଡରେ ପାଣି ନ ପଡ଼ୁଣୁ ଘରେ ପଡୁଛି ପାଣି । ଏହି ଦୃଶ୍ୟ କୌଣସି ପାହାଡି ଆଦିବାସୀ ଅଞ୍ଚଳର ନୁହଁ । ବରଂ ଏହି ଦୃଶ୍ୟ ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଏସ.ରାମଚନ୍ଦ୍ରପୁର ର । ଏଠି ରୁହନ୍ତି ରମା ଡାକୁଆ ପରିବାର । ପରିବାର କହିଲେ ରମା ସହିତ ତାଙ୍କ ବିଧବା ଝିଅ ମାମି ବେହେରା ଓ ନାତି ମୁକେଶ ଡାକୁଆ । ରମା ଙ୍କ ସ୍ୱାମୀ ଦିନ ମଜୁରୀ କରି ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ । ସେ ଦଶବର୍ଷ ପୂର୍ବେ ମୃତୁ ବରଣ ପରେ ରମା ବେସାହାରା ହୋଇଯାଇ ଥିଲେ । ତାଙ୍କ ପାଖରେ ଦିନ କୁ ଦୁଇମୁଠା ଆହାର କି ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିଲା । ସେ ବାଧ୍ୟ ହୋଇ ସହର ଠାରୁ ଦୁରରେ ସରକାରୀ ଜାଗାଉପରେ ଝାଟିମାଟି କୁଡ଼ିଆ କରି ପରଘରେ ବାସନ ମାଜି କଷ୍ଟେ ମଷ୍ଟେ ପରିବାର ଚଳାଇ ଆସୁଛନ୍ତି । ରମା ଏଠାରେ ରହିବାର ଆଜକୁ ଦଶ ବର୍ଷରୁ ଉର୍ଦ୍ଧ ସମୟ ଅତିବାହିତ ହୋଇଗଲାଣି । ଏନ ଏ ସି ମଧ୍ୟ ତାଙ୍କଠାରୁ ଘର ପାନୁ ସଂଗ୍ରହ କରୁଛି । ତଥାପି ସରକାର ଙ୍କ କୌଣସି ଯୋଜନା ର ସୁଫଳ ପାଇପାରୁନାହାନ୍ତି ରମା ।

ସରକାର ନିରାଶ୍ରୟ ମାନଙ୍କ ଥଇଥାନ ଲାଗି ମାଳ ମାଳ ଯୋଜନା କରିଥିବା ବେଳେ ଏହାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ଗଳି କନ୍ଦିରେ ବଡ ବଡ଼ ପୋଷ୍ଟର ଲଗାଇଛନ୍ତି । କିନ୍ତୁ ଏହା ପ୍ରକୃତ ହିତାଧିକାରୀ ଙ୍କ କେତେ କାର୍ଯ୍ୟରେ ଲାଗୁଛି ତାହା ରମା ଡାକୁଆଙ୍କୁ ଦେଖିଲେ ସ୍ପଷ୍ଟ ବାରିହେଉଛି । ଅନ୍ୟପଟେ ବାରମ୍ବାର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦୌଡ଼ିଲା ପରେ ରମା ଙ୍କୁ ସରକାରଙ୍କ ପକ୍ଷରୁ ମାସକୁ 5 କେଜି ଚାଉଳ ଓ ମାସିକ ଭତା ପ୍ରଦାନ କରାଯାଉଛି । ରମା ଙ୍କ ଆଖିକୁ ଆଉ ଭଲ ଦେଖାଯାଉନଥିବା କାରଣରୁ ସେ ଆଉ ପରଘରେ ମୁଲଲାଗିବ ସମ୍ଭବ ହେଉନି l।କେବଳ ସରକାର ଙ୍କ ସାହାଯ୍ୟରେ ରମା ଙ୍କ ପରିବାର ଦୁଃଖ କଷ୍ଟେ ଚଳୁଥିବା ବେଳେ ନାତି ବର୍ତମାନ ଦଶମ ଶ୍ରେଣୀରେ ପଢୁଛି । ପରିବାର ର ଆର୍ଥିକ ଅବସ୍ଥା ଦୃବଳ ଓ ଘରେ ବସି ପାଠ ପଢିବାକୁ କୌଣସି ସୁବିଧା ନଥିବାରୁ ପାଠ ପଢ଼ା ବ୍ୟାଘାତ ହେଉଥିବା ନାତି କହୁଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ସରକାର ଗୋଟିଏ ଘର ଯୋଗାଇବାକୁ ଆକୁଳ ନିବେଦନ କରିଛନ୍ତି ଝିଅ ମାମି ବେହେରା
ଗଞ୍ଜାମ କୋଦଳା ରୁ ଭଗବାନ ପାଢ଼ୀ ଙ୍କ ରିପୋଟ।


Share: