ନିୟମଗିରି ସୁରକ୍ଷା ସମିତି ତରଫରୁ ବିଜୟ ଦିବସ ପାଳିତ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ ।

ରାୟଗଡ:ବିସମତା ଲଢେଇର ଆହ୍ୱାନ ଓ ୧୮୧୮ ମସିହା ଭୀମକୋରେ ଗାଁ ବିଜୟ ଦିବସରେ ଶୋଷଣ ଓ ବିସମତା ବିରୋଧରେ ସଂକଳ୍ପ ସମାରୋହ ପାଳନ ଅବସରରେ ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ନିୟମଗିରି ସୁରକ୍ଷା ସମିତି ତରଫରୁ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନିୟମଗିରି ସୁରକ୍ଷା ସମିତିର ଆବାହକ ଲିଙ୍ଗରାଜ ଆଜାଦ ଓ ସଭାପତି ଲଦ ସିକକାଙ୍କ ମିଳିତ ନେତୃତ୍ୱରେ ଶତାଧିକ ନିୟମଗିରି ସୁରକ୍ଷା ସମିତିର ସଦସ୍ୟା ସଦସ୍ୟ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ଏକ ସଭାଯାତ୍ରା ସ୍ଥାନୀୟ ମୁନିଖୋଲ ଠାରୁ ବାହାରି ସହର ପରିକ୍ରମା କରି
ବସଷ୍ଟାଣ୍ଡ ନିକଟସ୍ଥ ସହୀଦ ଲଷ୍ମଣ ନାୟକ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ପରେ ମୁନିଖୋଲ ପଡ଼ିଆ ଠାରେ ନିୟମଗିରି ସୁରକ୍ଷା ସମିତିର ନେତା ସତ୍ୟା ମାହାର ଓ ଉପେନ୍ଦ୍ର ଡ୍ରାଭିଡଙ୍କ ମିଳିତରେ
ଏକ ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ନିୟମଗିରି ଅଞ୍ଚଳର ୧୧୨ ଖଣ୍ଡ ଗ୍ରାମର ବହୁ ସଂଖ୍ୟାରେ ଡଙ୍ଗରିଆ ଆଦିବାସୀ ମହିଳା ପୁରୁଷ ମାନେ ଉପସ୍ଥିତଥିଲେ । ଏହି ସଭାରେ
ନିୟମଗିରି ପର୍ବତ କମ୍ପାନୀ ହାତରେ ଟେକି ଦିଆ ଯିବନି ବୋଲି ଦୃଢ଼ ସଂକଳ୍ପ ନେଇଥିଲେ । ଏହି ଅବସରରେ ନିୟମଗିରି ପାଇଁ ଲଢୁଥିବ ଦଧି କାଡ୍ରାକାଙ୍କୁ ବିନା ସର୍ତରେ ଜେଲରୁ ଖୋଲାସ କରିବାକୁ ଦାବି କରିଥିଲେ ।


Share: