ମହାକାଳପଡ଼ା ବ୍ଲକ କଂଗ୍ରେସ ର ଜନଜାଗରଣ ପଦଯାତ୍ରା

Share:

କେନ୍ଦ୍ରାପଡାରୁ ବିଶ୍ୱଜିତ ପ୍ରଧାନ ଙ୍କ ରିପୋର୍ଟ

ଆଙ୍କର – ରାଜ୍ୟ କଂଗ୍ରେସ ର ନିଷ୍ପତ୍ତି ମୁତାବକ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ର ସୂଚନା ମତେ ମହାକାଳପଡ଼ା ବ୍ଲକ କଂଗ୍ରେସର ଯୁବନେତା ରାକେଶ ମହାନ୍ତିଙ୍କ ନେତୃତ୍ବରେ ବ୍ଲକ ସଭାପତି କବିନ୍ଦ୍ର ସାମଲ ଙ୍କ ଆହ୍ୱାନ କ୍ରମେ ଶୁକ୍ରବାର ଦିନ ମହାକାଳପଡ଼ା ବ୍ଲକରେ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପଦଯାତ୍ରାରେ ନିରାକାର ଜେନା, ରଘୁନାଥ ସେଠି, ହରେକୃଷ୍ଣ ନାୟକ, ରବୀନ୍ଦ୍ର ମଳିକ,କଳ୍ପତରୁ ପ୍ରଧାନ, ପ୍ରତାପ ନାୟକ, ରାକେଶ ମହାପାତ୍ର, ବ୍ରହ୍ମାନନ୍ଦ ସେନାପତି, ଧନଞ୍ଜୟ ମଣ୍ଡଳ, ବାସୁଦେବ ପ୍ରଧାନ, ହୃଷିକେଶ ବେହେରା ଆଦି ଯୋଗ ଦେଇଥିଲେ l କଂଗ୍ରେସ କର୍ମୀ ମାନେ ବଢିହି ପଂଚାୟତ ର ରାମଚନ୍ଦ୍ରପୁର, ଇଟାକଣ୍ଡିଆ, ବଡିହି ଗ୍ରାମ ପରିକ୍ରମା କରିବା ପରେ ଗୋଗୁଆ ପଂଚାୟତର ବାବର, ଓ ଗୋଗୁଆ ରାଜସ୍ବ ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା ରେ ଯାଇଥିଲେ । ଗାଁ କୁ ଗାଁ ପରିକ୍ରମା ସମୟରେ ଗ୍ରାମର ଯୁବବର୍ଗ ଓ ବୟସ୍କ ଭୋଟରମାନେ କଂଗ୍ରେସ କର୍ମୀମାନଙ୍କ ରାଜ୍ୟ ସରକାର ବିରୋଧୀ ସ୍ଲୋଗାନରେ ସ୍ୱର ମିଳାଇଥିଲେ l ଆଗାମୀ ଦିନରେ ଜନତାଙ୍କ ସ୍ୱର ବିରୋଧୀ ଙ୍କ ସହିତ ସାମିଲ ହେଲେ ଶାଣିତ ସ୍ୱର ନବୀନ ଙ୍କୁ ଗାଦିଚ୍ୟୁତ କରିବାରେ ବେଶ ସହାୟକ ହେବ ବୋଲି କଂଗ୍ରେସ କର୍ମୀ ମାନେ ମତ ରଖିଥିଲେ ।ମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କୁ ବହିଷ୍କାର, ମମିତା ମେହେର ପରିବାରକୁ ନ୍ୟାୟ ପ୍ରଦାନ, ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ଧାନ ବିକ୍ରୟ ସୁବିଧା,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରିୟା ପ୍ରୀତି ପୋଷଣ ର ପୂର୍ଣ୍ଣ ଛେଦ, ଦରଦାମ ରେ ସ୍ଥିରତା ଆଣିବା ବିଷୟରେ ସାଧାରଣ ଜନତାଙ୍କୁ ଜାଗରଣ କରାଇବା ଲକ୍ଷ୍ୟ ରହିଛି l ପୁର ପଲ୍ଲୀର ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀନିର୍ଯ୍ୟାତନା ବିଷୟରେ ଅବଗତ କରାଇ ନବୀନ ସରକାର ବିରୋଧୀ ଜନ ମତ ସୃଷ୍ଟି କରାଇବlରେ କଂଗ୍ରେସ ସଫଳ ହେବ ବୋଲି ବରିଷ୍ଠ କଂଗ୍ରେସ କର୍ମୀ ମାନେ ମତ ରଖିଛନ୍ତି l


Share: