ସରିଲା ବ୍ଲକ ସ୍ତରୀୟ ଚଇତି ମୋହତ୍ସବ ଚନ୍ଦ୍ରପୁର ବ୍ଲକ ରେ ଚଇତି କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ଗୋଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ନା
ଅମୁଲ୍ୟ ନିଶଙ୍କ
ରାୟଗଡା :ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଶନିବାର ଦିନ, ଚଇତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କୌଣସି ଗୋଣମାଧ୍ୟମ ପ୍ରତିନିଧି ଙ୍କୁ ଅବଗୋତ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି । ଏଠାରେ ଗୋଷ୍ଟିଉନୟନ ଅଧିକାରୀ ବହୁବର୍ଷ ଏଠାରେ ରହିଛନ୍ତି । ସେକେବେହେଲେ ଚାହୁନାହାନ୍ତି ସରକାରୀ କାର୍ଯ୍ୟକ୍ରମକୁ ପ୍ରସାର କରିବା ପାଇଁ । ଦୁଃଖ ଓ ପରିତାପର ବିଷୟ ଏହି ବର୍ଷ ଚଇତି ଉତ୍ସବ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ସ୍ଵଧା ଦେବ ସିଂ ଙ୍କ ନେତୃତ୍ବରେ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୂର ଗ୍ରାମପଞ୍ଚାୟତ ଅନ୍ତରଗତ ଶ୍ରୀମିନାଝୋଲା ତ୍ରିବେଣୀ ସଙ୍ଗମ ଠାରୁ ଗଙ୍ଗା ଆବାହନ କରି, ପୂଜାପାଠ କରାଯାଇ , ପ୍ରଥମ କଳସ ଯାତ୍ରା କରାଯାଇଥିଲା । ଯାହାକି ସେହିକାରର୍ଯ୍ୟରେ ନିଜେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ମନ୍ତ୍ରୀ ବିଧାୟକ,ସାଂସଦ,ଲୋକୋପ୍ରତିନିଧି ସମସ୍ତେ ଉପସ୍ଥିତ ଥିଲେ l ଗତ 3 ତାରିଖରୁ ଆରମ୍ଭ ହୋଇଥିବା ଚଇତି ଉତ୍ସବ ଆଜି 7 ତାରିଖ ରର ସମାପ୍ତି ଘଟିଛି l ଚନ୍ଦ୍ରପୁର ର ପବିତ୍ର ନଦୀ ଫଳପଳିଆ ରେ ପୂଜା ଅର୍ଚନା କରି କଳସ ରେ ପାଣି ଆଣି ମା ଝଳିଆ ଦେବି ଙ୍କ ଠାରେ ପୂଜା ଅର୍ଚନା କରି ଚଇତି ପେଣ୍ଡାଲ କୁ ଅଣାଯାଇଥିଲା l ଏହା ପରେ ମୁଖ୍ୟ ଅତିଥି ଭଗବାନ ଙ୍କ ଠାରେ ପୂଜା ଅର୍ଚନା କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଅନ୍ୟତମ ଅତିଥି ଭାବେ ସୁବାସ ଗୌଡ଼ ଟୁନା ଗୌଡ଼ ଉପସ୍ଥିତ ଥିଲେ l ଏହି ଉତ୍ସବ ରେ ଚନ୍ଦ୍ରପୁର ଏସ ଏସ ଡି ସ୍କୁଲ ର କୃଷି ଶିକ୍ଷକ ପ୍ରଦୀପ ଚୌଧୁରୀ ଓ ବୁଦୁବାଲି ର ରାମଚନ୍ଦ୍ର ପଢି ଶିକ୍ଷକ ଙ୍କ ସହିତ ଅନ୍ୟ ଶିକ୍ଷକ ଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟଅତିଥି l ଜ଼ିଲ୍ଲା ସ୍ତରୀୟ କ୍ରୀଡା ରେ ରାଜ୍ୟ ସ୍ତର କୁ ଯିବା ପାଇଁ ବିବେଚିତ ହୋଇଥିବା ଚନ୍ଦ୍ରପୁର ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ଝିପା ବ୍ରେକବାଡା ଓ ନିରୁପମା ମୁଦୁରିଙ୍ଗା ଙ୍କୁ ମଧ୍ୟ୍ୟ ମାନ ପତ୍ର ଦେଇ ସମ୍ମାନିତ କରିଥିଲେ l ବ୍ଲକ ର ବିଭିନ୍ନ ସ୍କୁଲ ଓ ଗ୍ରାମ୍ୟ ରୁ ଆସିଥିବା କଳାକାର ମାନେ ନିଜ ନିଜର କଳା କୁ ନାଚ ଗୀତ ମାଧ୍ୟମରେ ଦେଖାଇଥିଲେ l ବିଜେପୁର ପଂଚାୟତ ର ଖିଲୁଣ୍ଡି ଗ୍ରାମର ଯାକବ ପଦରଙ୍ଗା ଙ୍କ ଭେଷ ଭୁଷା ଓ ଆଦିବାସୀ ନୃତ୍ୟ ଦର୍ଶକ ଙ୍କମନ ମହିଥିଲା l
ବର୍ତ୍ତମାନ ରାୟଗଡ଼ା ଜିଲ୍ଲା ର ସମସ୍ତ ବ୍ଲକ ରେ ବହୁଆଡମ୍ୱରରେ ବ୍ଲକ ସ୍ତରୀୟ ଚଇତି ଉଛବ ପାଳନ କରାଯାଉଥିବା ବେଳେ,ଚନ୍ଦ୍ରପୁର ବ୍ଲକ ରେ ତାର ଅଲୋଟା ଚିତ୍ର ଦେଖିବାକୁ ମିଳୁଛି ବୋଲି ବ୍ଲକର ସାମାଜିକ କର୍ମୀ , ଦ ୟାନିଧି ପାତ୍ର, ସାମ୍ବାଦିକ ସାମାଜିକ କର୍ମୀ ବିଜୟ ପ୍ରସାଦ ଉଲକା, ପ୍ରମଦ ସାହୁକାର,ହାଡ଼ିପା ଗୌଡ଼ ,ଭୀମ ଗୋଗେରେଙ୍ଗା, ଏସ ଈଶ୍ୱର ରାଓ, କୈଳାସ ମାଳ ବିଶୋଇ ଅଭିଯୋଗ କରିଛନ୍ତି । ଗଷ୍ଟିଉନୟନ ଅଧିକାରୀ ଙ୍କ ଏଭଳି ମନମୁଖୀ କାର୍ଯ୍ୟ ପାଇଁ ଜନସାଧାରଣ ନିନ୍ଦା କରୁଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଚନ୍ଦ୍ରପୁର ବାସୀ ଦାବିକରିଛନ୍ତି । ଏ ସଂପର୍କରେ ଚନ୍ଦ୍ରପୁର ବ୍ଲକ ମଣ୍ଡଳ ସଭାପତି ପ୍ରିୟରଞ୍ଜନ ସାହୁକାର ଏଭଳି ମନମୁଖୀ କାର୍ଯ୍ୟ ପାଇଁ ଦୃଢ ନିନ୍ଦା କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ କୁ ବ୍ଲକ ଅଧକ୍ଷ କୋଇନ କିମ୍ଵାକା, ଜ଼ିଲ୍ଲା ପରିଷଦ ସଭ୍ୟ ସୁଜିତ ବ୍ରେଡେକା ଓ ବ୍ଲକମାଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନସ ରଞ୍ଜନ ଜେନା ପରିଚାଳନା କରିଥିଲେ l