ନାଳରେ ଭାସି ଯାଇଥିବା ନିଖୋଜ ବାଳକର ମୃତଦେହ ଉଦ୍ଧାର

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

କୋଦଳା: ବାତ୍ୟା ଜ୍ଵବାଦ ର ପରବର୍ତ୍ତୀ ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ପବନର କୌଣସି ପ୍ରଭାବ ପଡିନଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା।ବର୍ଷା ଜଳ ରାସ୍ତା ଉପରେ ପ୍ରଭାବିତ ହେବା ଫଳରେ ରାଣୀପଡ଼ା ଜଗତି ନାଳରେ ଜଣେ ଯୁବକ ଭାସି ଯାଇ ନିଖୋଜ ହୋଇଥିଲେ। ନିଖୋଜ ଜଣକ ରାଣୀପଡ଼ା ହରିଜନ ସାହିର ଟୁଟୁ ନାହାକ ଙ୍କ ପୁଅ 15 ବର୍ଷୀୟ ଆକାଶ ନାହାକ ହୋଇଥିବା ସୂଚନା l ପାଞ୍ଚ ଜଣ ସାଙ୍ଗ ସହ ଗାଧୋଇବା ବେଳେ ଭାସି ଯାଇଥିବା ସୂଚନା ଥିବା ବେଳେ ଦମକଳ ବାହିନୀ ଗତକାଲି ଖୋଜାଖୋଜି ଜାରିରଖି ନିରାଶ ହୋଇ ଫେରିଥିବା ବେଳେ ଆଜି ପ୍ରାତଃ ସକାଳୁ ଆନିଗେଟ ନିକଟରେ ପୁଅ ଟି ଭାସୁଥିବା ଦେଖିବାକୁ ମିଳିଛି । ଶବକୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।


Share: