ରାଜ୍ୟପାଳଙ୍କୁ ଭେଟିଲେ ସମାଜସେବୀ ଶୁଭଶ୍ରୀ ମହାପାତ୍ର

Share:

ଓଡିଶା ବ୍ୟୁରୋଚିଫ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ

ଭୁବନେଶ୍ୱର /କଟକ : କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ,ଲେଖିକା ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର ମହାମହିମ ରାଜ୍ୟପାଳ ଗଣେଶି ଲାଲଜିଙ୍କୁ ରାଜଭବନରେ ସାକ୍ଷାତ କରି ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଏବଂ ରାଜ୍ୟପାଳଙ୍କ ପ୍ରତିଭା ଏବଂ ଜୀବନ ଆଦର୍ଶ ଉପର ସ୍ବରଚିତ କବିତା ପ୍ରଦାନ କରିଛନ୍ତି l ରାଜ୍ୟପାଳ ମଧ୍ୟ୍ୟ ଶୁଭଶ୍ରୀଙ୍କ ଲେଖାରେ ପ୍ରସନ୍ନ ହୋଇ ସେବା କ୍ଷେତ୍ରରେ ପ୍ରେରଣା ପ୍ରଦାନ ନିମନ୍ତେ ବହୁମୂଲ୍ୟ ପଦ୍ମଶ୍ରୀ ପୁସ୍ତିକା ପ୍ରଦାନ କରିବା ସହ ଆଶ୍ରିବାଦ କରିଛନ୍ତି । ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର ସମାଜସେବା କ୍ଷେତ୍ରରେ ଅନେକ ଅସହାୟଙ୍କୁ ସେବା ଯୋଗାଇ ଦେବାସହ ଗ୍ରାମାଞ୍ଚଳରେ ମହିଳା ସଶକ୍ତିକରଣ କାଯ୍ୟ ନିମନ୍ତେ ଉଦମ୍ୟ ଜାରିରଖି ବେଶ ସଫଳ ହେବା ସହ ଉଚ୍ଚ ପ୍ରଶଂସିତ ହୋଇଛନ୍ତି l ମହାମହିମ ରାଜ୍ୟପାଳଙ୍କୁ ଭେଟି ବେଶ ଖୁସି ହେବା ସହ ସାମାଜିକ ସେବା କ୍ଷେତ୍ରକୁ ନିଜର ଆଦର୍ଶ ଭାବରେ ଗ୍ରହଣ କରିଛନ୍ତି l


Share: