ନିର୍ମାଣ ହେବ ଭୂବନ ପୂର୍ତ୍ତ ବିଭାଗ ରାସ୍ତା, ଶୁଭାରମ୍ଭ କଲେ ନଗରପାଳ

Share:

ପପୁ କୁମାର ସାହୁ

ଢେଙ୍କାନାଳ – ଭୁବନ ସହର ବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ବହୁ ପ୍ରତିକ୍ଷୀତ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ପାଇଁ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ଦ୍ୱାରା ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗର ପାଳ ଶ୍ରୀଯୁକ୍ତ ସାହୁ ନଡ଼ିଆ ଭାଙ୍ଗି ରାସ୍ତା କାର୍ଯ୍ୟର ଶୁଭାରମ୍ଭ କରି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ୫ ବର୍ଷ କି ୧୦ ବର୍ଷ ପାଇଁ ଏହି ରାସ୍ତା ନିର୍ମାଣ ହେଉନି,ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ପୂର୍ତ ବିଭାଗ ତରଫରୁ ଏହି ରାସ୍ତା ନିର୍ମାଣ ହେବ । ଜିଲ୍ଲା ସଦର ମହକୁମାରେ ୱାନ ୱେ ରାସ୍ତା ନଥିବା ବେଳେ ଭୁବନ ରେ ସର୍ବ ପ୍ରଥମେ ୱାନ ୱେ ରାସ୍ତା ନିର୍ମାଣ ହେଉଛି । ଏହା ସମଗ୍ର ଭୁବନ ବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ତେଣୁ ସହର ବାସୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ । ଭୁବନର ବିକାଶ ମୋର ଏକମାତ୍ର ଲକ୍ଷ୍ୟ ବୋଲି ନଗରପାଳ ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ । ଏହି ଚିହ୍ନଟ କାର୍ଯ୍ୟକ୍ରମ ରେ କାଉନ୍ସିଲର ପପୁ ସାହୁ, ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ, କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ, ଅତିରିକ୍ତ ତହସଲଦାର ରାଜୀବ ଲୋଚନ ବେହେରା, ରାଜସ୍ୱ ନୀରିକ୍ଷକ ଅରବିନ୍ଦ ସାହୁଙ୍କ ସମେତ ବିଦ୍ୟୁତ୍ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ ଓ ଆରକ୍ଷୀ ବାହିନୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପେଟ୍ରୋଲ ପମ୍ପ ଠାରୁ ପୂର୍ତ ବିଭାଗ ରାସ୍ତା ମାପଚୁପ କରାଯାଇ ଚିହ୍ନ ଦିଆଯାଇଥିଲା । ଆସନ୍ତା କାଲି କାଳୀ ବଜାର ଅଂଚଳରେ ମାପ କରାଯାଇ ଚିହ୍ନଟ ହେବ । ବ୍ୟବସାୟୀ ଭାଇ ମାନେ ଶାନ୍ତି ରକ୍ଷା କରିବା ସହିତ ପ୍ରଶାସନକୁ ସହଯୋଗ କରିବାକୁ ନଗରପାଳ ନିବେଦନ କରିଥିଲେ ।


Share: