ଅବକାରୀ ଚଢ଼ାଉ

Share:

ରଞ୍ଜନ ଦାସ

ପୁରୀ :ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ଥାନା ଅଧୀନ ଠାକୁରପାଟଣା ଗ୍ରାମରେ ଚଢ଼ାଉକରି ଏକ ବ୍ୟକ୍ତି ଯାହାଙ୍କ ନାମ ରମେଶ ଚନ୍ଦ୍ର ନାଏକ ,ବୟସ -46 ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ 2 (ଦୁଇ) କିଲୋଗ୍ରାମ ଗଞ୍ଜେଇ ଜବତ ହେଲା ଏବଂ ନିମାପଡା ଅବକାରୀ ଥାନା କେସ ନଂ -68/22-23ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କlରଗlରକୁ ପଠାଯାଇଛି. ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 20,000/-ଟଙ୍କାରୁ ଉର୍ଦ୍ଧ ହେବ. ଏହି ଚଢ଼ାଉରେ ଅବକାରୀ ASI ଲୋକନାଥ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାଏକ ଏବଂ କର୍ମଚାରୀ ଆଶିଷ କୁମାର ପ୍ରଧାନ, ଜିତେନ୍ଦ୍ର ବେହେରା,ଶେଖ ୱାରିସ, ସବିତା ସାହୁ ପ୍ରମୁଖ ସାମିଲ ଥିଲେ.


Share: