ଏବିଭିପିର ନଗର ସମ୍ମିଳନୀ

Share:

ରଞ୍ଜନ ଦାସ, ସମୀର ରଞ୍ଜନ

ସୁଶାନ୍ତ ନଗର ସଭାପତି ଓ ଶୁଭାଶିଷ ନଗର ସମ୍ପାଦକ ନିର୍ବାଚିତ

ପୁରୀ /ଭୁବନେଶ୍ୱର :ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ପ୍ରବାହମାନ ଛାତ୍ର ସଂଗଠନ ହେବା ସହ ସାଂଗଠନିକ ସରଞ୍ଚନା ଦୃଷ୍ଟିରୁ ଏହାର ବିସ୍ତାର ଓ ସଂଗଠନ କୁ ସୁଦୃଢ଼ କରିବା ନିମନ୍ତେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏହାର ନଗର ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସରର ନିର୍ଦ୍ଦେଶକ ପ୍ରଫେସର ଖଗେଶ୍ବର ମିଶ୍ର ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କ ଆଗରେ ରାଷ୍ଟ୍ର ପ୍ରତି ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ଚୁମ୍ବକ ରେ ଅଭିଭାଷଣ ରଖିଥିଲେ । ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ କବିତା କହଁର ସଂଗଠନର କାର୍ଯ୍ୟଧାରା ଓ ଇତିହାସ ବିଷୟରେ ଅବଗତ କରାଇଥିଲେ । ମୁଖ୍ୟ ବକ୍ତା ଭାବରେ ରାଜ୍ୟ ଉପସଭାପତି ଅଧ୍ୟାପକ ଶ୍ରୀଯୁକ୍ତ ଅଜିତ କୁମାର ଦଳାଇ ସଂଗଠନ ର ଲକ୍ଷ୍ୟ ଆଦର୍ଶ ବିଷୟରେ ବିସ୍ତୃତ ଆକାର ରେ ବିଷୟ ରଖିଥିଲେ ।

ଏହାପରେ ବିଭାଗ ସଂଯୋଜକ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ର ସମସ୍ୟା ବିଷୟରେ ସୂଚିତ କରାଇ ଆଗାମୀ ଦିନରେ ଏହାର ସମାଧାନ ପାଇଁ ବିଦ୍ୟାର୍ଥୀ ମାନଙ୍କୁ ଆହ୍ବାନ ଦେଇଥିଲେ ଓ ବିଶ୍ମୟ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ପରିଶେଷରେ ନିର୍ବାଚନ ଅଧିକାରୀ ଭାବେ ପୁରାତନ କାର୍ଯ୍ୟକାରିଣୀ ଭଙ୍ଗ କରି ନୂତନ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ । ପୁରୀ ନଗର କାର୍ଯ୍ୟକାରିଣୀର ସଭାପତି ଭାବରେ ଡଃ ସୁଶାନ୍ତ କୁମାର ରାୟ, ଉପ ସଭାପତି ଭାବେ ବାସୁଦେବ ସେନାପତି, ଜ୍ଞାନ ରଞ୍ଜନ ନାୟକ, ମାନସ ରଞ୍ଜନ ଦାଶ, ନଗର ସମ୍ପାଦକ ଭାବରେ ଶୁଭାଶିଷ ଶଡଙ୍ଗୀ, ସହ ସମ୍ପାଦକ ଭାବେ ସୁରେଶ ହାତୀ, ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା, ପବିତ୍ର କୁମାର ବେହେରା, ହୃଦୟ ଜେନା ନିର୍ବାଚିତ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁରେଖା ପଟ୍ଟନାୟକ, ସୁର୍ଯ୍ୟ ବେହେରା, ଶିବ ମହାନ୍ତି, ଲିଟୁନ ଦାସ, କୃଷ୍ଣ ଚନ୍ଦ୍ର ସାହୁ, ଶିବାନନ୍ଦ ପାଢ଼ୀ, ରାକେଶ ସେଠୀ, ପ୍ରତିମା ବେହେରା, ବନିତା ପାଣିଗ୍ରାହୀ, ଠାକୁର ମହନ୍ତ, ତାନିସା ନାୟକ, ଅସୁତୋଶ ପଣ୍ଡା, କାହ୍ନୁଚରଣ ପ୍ରଧାନ, ସୁଭ୍ରାଂଶୁ ପଟ୍ଟନାୟକ, ଆକାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ।


Share: