ସ୍ତ୍ରୀ ର କଟାମୁଣ୍ଡ ଧରୀ ରାସ୍ତାରେ ସ୍ଵାମୀ

Share:

ପପୁ କୁମାର ସାହୁ ଙ୍କ ରିପୋର୍ଟ

ଢେଙ୍କାନାଳ :ସ୍ତ୍ରୀ ର କଟାମୁଣ୍ଡ ଧରି 12 କିଲୋମିଟର ପାଦରେ ଚାଲି ଚାଲି ଯାଉଥିଲା ନୃସଂଶ ସ୍ଵାମୀ, ସ୍ଥାନୀୟ ଲୋକ କଲେ କାବୁ l ଏପରି ଏକ ନାରକୀୟ ହତ୍ୟାକାଣ୍ଡ ର ଖବର ଆସି ପହଁଞ୍ଚିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୁର୍ ଗାଁ ରୁ l

ଗାଁ ର ନାକଫୋଡ଼ି ମାଝି ନିଜ ସ୍ତ୍ରୀ ର ପରକିୟା ପ୍ରୀତି ଉପରେ ସନ୍ଦେହ କରି ମୁଣ୍ଡ ରୁ ଗଣ୍ଡି ଅଲଗା କରି ହାତରେ କଟା ମୁଣ୍ଡ ଧରି ଦିର୍ଘ 12 କିମି ରାସ୍ତା ଚାଲି ଚାଲି ଯାଉଥିବା ଦୃଶ୍ୟ ସଭ୍ଯ ସମାଜକୁ ଆନ୍ଦୋଳିତ କରୁଛି l ସ୍ଥାନୀୟ ଜନସାଧାରଣ ଗନ୍ଦିଆ ଥାନା ଜଙ୍ଘିରା ନିକଟରେ ଅଭିଯୁକ୍ତ ସ୍ଵାମୀ କୁ ଅଟକ ରଖି ପୋଲିସ କୁ ସୂଚନା ଦେଇଥିଲେ, ପୋଲିସ ପହଁଚି ଅଭିଯୁକ୍ତ ନିକଟରୁ କଟା ମୁଣ୍ଡ ଜବତ କରିବା ସହ ନୃସଂଶ ସ୍ଵାମୀ କୁ ଗିରଫ କରି ତଦନ୍ତ ଜାରି ରଖିଛି l

ତେବେ ପରକିୟା ପ୍ରୀତି କୁ ସନ୍ଦେହ କରି ସ୍ତ୍ରୀ ସୂଚଳା ହତ୍ୟା କରିଥିବା ସ୍ୱୀକାର କରିଛି ନୃସଂଶ ସ୍ଵାମୀ l


Share: