ବାଇକ ଚୋର ଗ୍ୟାଙ୍ଗ ଧରିବାରେ ସୁବର୍ଣ୍ଣପୁର ପୋଲିସ କୁ ମିଳିଛି ସଫଳତା

Share:

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପାଇଁ ଦୀର୍ଘ ବର୍ଷ ରୁ ବାଇକ ଚୋରୀ ଘଟଣା ମୁଣ୍ଡବ୍ୟଥାର କାରଣ ହୋଇଛି ।

OBITUARY

ପ୍ରତିଦିନ ବିଭିନ୍ନ ବ୍ୟାଙ୍କ, ବାହାଘର, ସାପ୍ତାହିକ ବଜାର, ସହର ତଥା ଜ଼ିଲ୍ଲା ର ବିଭିନ୍ନ ଜାଗାରୁ ବାଇକ ଚୋରୀ ଘଟଣା ହେଉଥିବା ବେଳେ ପୋଲିସକୁ ବି ବାଇକ ଉଦ୍ଧାର ଓ ଚୋର ଧରିବାରେଆଜି ଏକ ବଡ଼ ସଫଳତା ମିଳିଛି l

ADVT.

ଜିଲ୍ଲାର ତରଭା ପୋଲିସ ପୁଣି 12 ଗୋଟି ଚୋରୀ ବାଇକ ଉଦ୍ଧାର କରିଥିବା ବେଳେ ଚୋରୀରେ ସଂପୃକ୍ତ ଚାରି ଜଣଙ୍କୁ ଗିରଫ କରିବାରେ ସଫଳତା ପାଇଛି ।ଜିଲ୍ଲାର କମସରା ସଦାନନ୍ଦ ରଣା ଓ ଅନିଲ ବିଭାରଙ୍କ ସହିତ ବଲାଂଗିର ଜିଲ୍ଲାର ନିଳକଣ୍ଠ ନନ୍ଦ ଓ ଅଜୟ କୁଶଲ ମିଶି ଜିଲ୍ଲାର ବିଭିନ୍ନ ଯାଗାରୁ ବାଇକ ଚୋରୀ କରି ରାଜ୍ୟର ବିଭିନ୍ନ ଯାଗାରେ ବିକ୍ରୀ କରୁଥିଲେ l

ADVT.

ଦଳଗତ ଭାବେ ଦିନ ଦ୍ବୀପ୍ରହରେ ବାଇକ ଚୋରୀ କରି ନେଇ ଯାଉଥିଲେ ।ଏମାନେ ଖାଲି ହାତରେ ବାଇକର ତାଲାଭାଂଗି ପାରିବାର କ୍ଷମତା ଓ ନୁଆଁ କୌଶଳ ରଖିଛନ୍ତି ।ତେବେ ନିମିଷକ ଭିତରେ ବାଇକ ଚୋରି କରି ନେଉଥିବା ପୋଲିସ ତଦନ୍ତରୁ ଜାଣି ପୋଲିସ ଆଜି ଆଶ୍ଚର୍ଯ୍ୟ ହୋଇଛି l

ADVT.

ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ।ବାଇକ ଚୋରୀ ଦଳରେ ଆଉ କିଏ ସାମିଲ ଅଛନ୍ତି ଓ ଚୋରି ଯାଇଥିବା ଅନ୍ୟ ବାଇକ ଗୁଡିକ କେଉଁଠି ବିକ୍ରୀ କରିଛନ୍ତି ସେ ସଂପର୍କରେ ପୋଲିସ ର ଅଧିକ ତଦନ୍ତ ଚାଲିଥିବା ବିଷୟ ଆଜି ଏକ ପ୍ରେସ କନଫରେନ୍ସ ରେ ସୁବର୍ଣ୍ଣପୁର ଏସ -ପି କହିଛନ୍ତି ।

ADVT.

ଏବଂ କୌଣସି ବି ବାଇକ ଚୋର କିମ୍ବା ସନ୍ଧିଗ୍ଧ ବ୍ୟକ୍ତି ସହର ରେ ନଜର କୁ ଆସିଲେ ତୁରନ୍ତ ପୋଲିସ କୁ ସୂଚନା ଦେବାକୁ ଓ ଏ ଦିଗରେ ପୂର୍ଣ୍ଣ ସହଯୋଗ କରିବାକୁ ମିଡ଼ିଆ ମାଧ୍ୟମରେ ଏସ ପି ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି l
ସୁବର୍ଣ୍ଣପୁର ଜିଲ୍ଲାର ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ।


Share: