ଆଇପିଏଲ ବେଟିଙ୍ଗ ବେଳେ 4 ଗିରଫ,7 ଲକ୍ଷ 60 ହଜାର ଟଙ୍କା ସହିତ 6 ମୋବାଇଲ ଜବତ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଚଳିତ ଆଇପିଏଲ ର ଫାଇନାଲ ମେଚରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଚାଲିଥିଲା ବଡଧରଣ ବେଟିଙ୍ଗ l ଲାଗିଥିଲା ଲକ୍ଷ ଲକ୍ଷ ଟଙ୍କା l ଆଉ ଏହି ଆଇପିଏଲ ବେଟିଙ୍ଗ ବେଳେ ଆସିକା ପୋଲିସ କଲା ଚଢ଼ାଉ l ଗିରଫ ହେଲେ 4 ଅଭିଯୁକ୍ତ l ଜବତ ହେଲା 7 ଲକ୍ଷ 60 ହଜାର ଟଙ୍କା ସହ 6 ମୋବାଇଲ l ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣ 6 ଫେରାର ଅଛନ୍ତି l ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ଆସିକା ସୁବର୍ଣ୍ଣଶ୍ୱର ମନ୍ଦିର ନିକଟରେ ଆଇପିଏଲ ବେଟିଙ୍ଗ ଚାଲିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା l ଆସିକା ଥାନା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଏକ ପେଟ୍ରୋଲିଙ୍ଗ ଟିମ ସେଠାରେ ଚଢ଼ାଉ କରିଥିଲା l ପୋଲିସ କୁ ଦେଖି ଛାତ୍ର ଭାଙ୍ଗ ଦେଇଥିଲେ ଅଭିଯୁକ୍ତ ମାନେ l ତେବେ ପୋଲିସ ଘଟଣା ସ୍ଥଳରୁ ଆଇପିଏଲ ବେଟିଙ୍ଗ ରେ ସମ୍ପୃକ୍ତ 4 ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା l ସେମାନଙ୍କ ନିକଟରୁ 7 ଲକ୍ଷ 60 ହଜାର ଟଙ୍କା ସହିତ 6 ଟି ମୋବାଇଲ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଆଇପିଏସ ନଚିକେତ ସେଲକେ l ସେପଟେ ଫେରାର 6 ଜଣ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୋଲିସ l ଯୁବପିଢ଼ି ଏହିଭଳି ଅନଲାଇନ ବେଟିଙ୍ଗ ଠାରୁ ଦୁରେଇ ରହିବାକୁ ସଚେତନ କରିଛନ୍ତି ଇପିଏସ l


Share: