ଗଞ୍ଜାମ କୋଦଳା ଅଞ୍ଚଳରୁ 315 କିଲୋର ଗଞ୍ଜେଇ ଜବତ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ: 315 କିଲୋ ଗଞ୍ଜେଇ ଜବତ ।  ଗଞ୍ଜାମ କୋଦଳା ଧନଞ୍ଜୟପୁର ଅଞ୍ଚଳରୁ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇ ଚଢାଉ କରିଥିଲା । ଘଟଣାସ୍ଥଳରୁ 315 କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ 2 ଜଣଙ୍କୁ ଗିରଫ ହୋଇଥିବା ସୂଚନା ରହିଛି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଧନଞ୍ଜୟପୁର ଗ୍ରାମରେ
ଚଢ଼ାଉ କରି ଜବତ ହୋଇଛି ମୋଟ ୩୧୫ କିଲୋ ଗଞ୍ଜେଇ ।
ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଧନଞ୍ଜୟପୁରର ରବିନ୍ଦ୍ର ନାହାକ ଙ୍କ ଘରୁ ଗଞ୍ଜେଇ ସହ ପ୍ରେସମେସିନ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି ଦୁଇଜଣ ହେଲେ ରବୀନ୍ଦ୍ର ନାହାକ ଓ ପ୍ରଶାନ୍ତ ପ୍ରଧାନ । ଏମାନେ ଦୀର୍ଘବର୍ଷ ହେଲା ଗଞ୍ଜେଇ ବେପାର କରୁଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ।


Share: