ସରସ୍ଵତୀ କଳା ପରିଷଦ ପକ୍ଷରୁ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ସମାଜସେବୀ ପ୍ରଦୀପ୍ତ ମହାଳିଙ୍କୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା

Share:

ସମୀର ରଞ୍ଜନ ଓଡିଶା ବ୍ୟରୋ ଚିଫ।

କଟକ – କଟକ ସଦର ବ୍ଲକ ଉପକଣ୍ଠ ୫ ନମ୍ୱର ଜୋନର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ବିଶିଷ୍ଟ ସମାଜସେବୀ ପ୍ରଦୀପ୍ତ ମହାଳିଙ୍କୁ ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଛି । କଳାବିହାର ସ୍ଥିତ ପରିଷଦ କାର୍ଯ୍ୟଳୟରେ ସଭାପତି ପ୍ରତିଭା ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ପର୍ବରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନୃତ୍ୟଗୁରୁ ଚିତ୍ତ ରଂଜନ ପ୍ରଧାନ,ସଂପାଦକ ଅଶୋକ ପଟ୍ଟନାୟକ,ଉପସଭାପତି ପ୍ରଫୁଲ୍ଲ ଦାସ,ଉପଦେଷ୍ଟା ଦୈତାରୀ ପ୍ରଧାନ, ଶ୍ରୀଧର ସ୍ଵାଇଁ,ନୃତ୍ୟଗୁରୁ ଅକ୍ଷୟ ଓଝା,କଣ୍ଠଶିଳ୍ପୀ ରଂଜନ ଜେନା, ସାହିତ୍ୟିକ ବିକ୍ରମ ନନ୍ଦ,ଶୁଭାକାଂଖୀ ଭୋଇ,ପ୍ରୀୟଂ।ଶି ସାହୁ, ମନୋରଞ୍ଜନ ସାହୁ,ବିନାୟକ ମାଝୀ,ସତ୍ୟନାରାୟଣ ଭୋଇ ଏବଂ ଛାତ୍ରଛାତ୍ରୀ ବର୍ଗ ସାମିଲ ଥିଲେ । ସୂଚନାଯୋଗ୍ୟ ରାଜନେତା ମହାଳି ସମାଜସେବା,ଅନାଥାଆଶ୍ରମରେ ପାଠ୍ୟ ଉପକରଣ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ,କରୋନା ମହାମାରୀ ସମୟରେ ବିଶୋଧନ କାର୍ଯ୍ୟ ସହ ନୋଜ୍ ମାସ୍କ ସାନିଟାଇଜର ବଣ୍ଟନ,ଶିଶୁ ପ୍ରତିଭା ବିକାଶ ଦିଗରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଆୟୋଜନ ଆଦି ଉଲ୍ଲେଖନୀୟ କାର୍ଯ୍ୟ ନେଇ ବିଭିନ୍ନ ସଂଗଠନ ଦ୍ଵାରା ଉଚ୍ଚ ପ୍ରଶଂସିତ ଆଉ ସମ୍ମାନିତ ହୋଇଛନ୍ତି ।


Share: