ଗୋବିନ୍ଦ ଗୋଧାମ ଗୋଶାଳା ବିକାଶ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ ସମର୍ଥ ବର୍ମା

Share:

ଓଡିଶା ବ୍ୟୁରୋଚିଫ

ପୁରୀ ୧୦ /୧୨:- ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ପୁରୀ ବ୍ରହ୍ମଗିରି ରୋଡ଼ ନିକଟ ଗୋରୁଆଳ ଗ୍ରାମ ପଂଚାୟତ ର ଆଳିପଡା ଠାରେ ଅବସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ରେ ଶନିବାର ଦିନ ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ପରିଦର୍ଶନ କରିବା ସହିତ ବିକାଶ କାର୍ଯ୍ୟ ର ସମୀକ୍ଷା କରିଛନ୍ତି। OMC ଦ୍ୱାରା ନିର୍ମିତ ହେବାକୁ ଥିବା 400 ଗୋମାତା ଙ୍କର ରହଣୀ ପାଇଁ shed ବ୍ୟବସ୍ଥା ଏବଂ ଇଡ୍କୋ ରୋଡ ଠାରୁ ଗୋଶାଳା ପର୍ଯ୍ୟନ୍ତ ପକ୍କା ରାସ୍ତା ଏବଂ ପୁଷ୍କରିଣୀ କୁ ଅତ୍ୟାଧୁନିକ ଢାଞ୍ଚା ରେ ଉନ୍ନତି କରିବା ଆଦି ବିଷୟରେ ବିସ୍ତୃତ ଆଲୋଚନା କରି ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିବା ପ୍ରକାଶ କରିଛନ୍ତି ଗୋବିନ୍ଦ ଗୋଧାମ ଗୋଶାଳା ର ପ୍ରତିଷ୍ଠତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା । ଜିଲ୍ଲାପାଳ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ, ବ୍ରହ୍ମଗିରି ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ , ସହକାରୀ ଯନ୍ତ୍ରୀ ସୀତାପତି ସେଠି , ଶ୍ରୀମନ୍ଦିର ର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ , ପ୍ରାଣୀ ଚିକିତ୍ସାଳୟ ର S D V O ଉମେଶ ଚନ୍ଦ୍ର ବେହେରା, D D ପ୍ରଶାନ୍ତ କୁମାର ସ୍ବାଇଁ, ଅତିରିକ୍ତ ତହସିଲଦାର ଏବଂ ଗୋରୁଆଳ R I ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୩୬୦ ଗୋମତାଙ୍କୁ ଟୀକାକରଣ କରାଯାଇଥିଲା।


Share: