ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ର ବାର୍ଷିକ ଉତ୍ସବ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଥିବା ଚନ୍ଦ୍ରପୁର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ (ଏସ୍. ଏସ୍. ଡି) ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଗମାଙ୍ଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଚନ୍ଦ୍ରପୁର ବ୍ଲକ ଅଧକ୍ଷ ଶ୍ରୀ କୟନ କିମ୍ଵାକା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚନ୍ଦ୍ରପୁର ଜ଼ିଲ୍ଲା ପରିଷଦ ସଭ୍ୟ ସୁଜିତ ବ୍ରେକବାଡା , ସ୍ଥାନୀୟ ସରପଞ୍ଚ ରଂଜିତା ବ୍ରେକବାଡା , ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହାଡିବନ୍ଧୁ ବ୍ରେକବାଡା , ପୂର୍ବତନ ଡି ଆଇ ବିଶ୍ୱାଳ, ଅତିରିକ୍ତ ବ୍ଲକ ଶିକ୍ଷା ଧିକାରୀ ଉମାକାନ୍ତ ମିଶଲ, ତାହାସିଲଦାର ତଥା ଭାରପ୍ରାପ୍ତ ବ୍ଲକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ, ଚନ୍ଦ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସି ହେଚ ଗୀତାଞ୍ଜଳି, ରାଇବିଜି ପ୍ରଧାନ ଶିକ୍ଷୟତ୍ରୀ ଅନୁରାଧା ଲିଙ୍ଗମ, ଗୁଲୁଣ୍ଠି ପ୍ରଧାନ ଶିକ୍ଷକ ଚକ୍ରପାଣି ରତ୍ନାଲୁ, ଗୋରଖପୁର ପ୍ରଧାନ ଶିକ୍ଷକ ବିଶିକେଶସନ ବାଘ ଓ ମୁଖ୍ୟ ବକ୍ତା ଭାବେ ମଙ୍ଗଳ ବିଭାଗ ଶିକ୍ଷା ପରିଦର୍ଶକ ଶ୍ୟାମଘନ ଭୂୟାଁ ଯୋଗ ଦେଇଥିଲେ l
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଭାସ୍କର ଗମାଙ୍ଗ ବିବରଣୀ ପାଠ କରିଥିଲେ। ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ କିମ୍ଵାକା ନିଜ ଅଭିଭାଷଣରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜ଼ିଲ୍ଲା ପରିଷଦ ସଭ୍ୟ ସୁଜିତ ବ୍ରେକବାଡା ସ୍କୁଲରେ ପୋଡ଼ା ସମୟ ର ଅନୁଭୂତି ବିଷୟରେ କହିଥିଲେ l ମୁଖ୍ୟବକ୍ତା ପାଠ ପଢି ଶ୍ରେଷ୍ଠ ହେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ବାର୍ତା ଦେଇଛନ୍ତି ତାହାକୁ ପାଳନ କରିବାକୁ ଉପଦେଶ ଦେଇଥିଲେ l ପ୍ରଧାନ ଶିକ୍ଷକ ସ୍କୁଲ ର ବିଭିନ୍ନ ଅଭାବ ଅସୁବିଧା ସାଙ୍ଗ କୁ ସ୍କୁଲ ର ଛାତ୍ର ଛାତ୍ରୀ ବିଭିନ୍ନ ସମୟରେ ବ୍ଲକ ଓ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ପୁରସ୍କୃତ ହୋଇଛନ୍ତି ବୋଲି କହିଥିଲେ l ଖାଲିପଡ଼ିଥିବା ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ପୂରଣ ସହିତ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ଇ ପାଠାଗାର, ଡାଇନିଂ ହଲ, ଲୋ ଭୋଲ୍ଟେଜ କରେଣ୍ଟ ପଶିଣ ଏକ ଟ୍ରାନ୍ସଫର, ଖେଳ ପଡିଆ ଓ ରୋଷେଇ ଘର ର ପାଣି ଯିବା ପାଇଁ ଡ୍ରେନେଜ ବ୍ୟବସ୍ଥା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ସ୍କୁଲ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ବୁଡୁବାଲି ଆଶ୍ରମ ସ୍କୁଲର ଶିକ୍ଷକ ରାମ ଚନ୍ଦ୍ର ପାଢ଼ୀ ଓ ଶିକ୍ଷୟତ୍ରୀ ସାଗରୀକା ପଣ୍ଡା, ନେହେରୁ ପଙ୍ଗା ସ୍କୁଲ ର ପ୍ରଧାନ ଶିକ୍ଷକ ପାଲ ବାବୁ, ପୂର୍ବତନ ଡି ସି ବିଶ୍ୱାଳ ବାବୁ, ଗୋରଖପୁର ପ୍ରଧାନ ଶିକ୍ଷକ ବିସିକେଶନ ବାଘ, ଏହି ସ୍କୁଲର କୃଷି ଶିକ୍ଷକ ପ୍ରଦୀପ ଚୌଧୁରୀ, ସମାଜ ସେବି ପ୍ରମୋଦ ସାହୁକାର, ବିଜୟ ଉଲାକା ଓ ହାଡ଼ିପା ଗୌଡ଼ ଙ୍କୁ ଉପ ଢ଼ୋକଣ ଦେଇ ସମ୍ମାନିତ କରିଥିଲେ l

ବିଭିନ୍ନ ବିଦ୍ୟାଳୟ ର ନିମନ୍ତ୍ରିତ ଶିକ୍ଷକ ଓ ଅବିବାଭାକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କରୋନା ମହାମାରୀ ପରେ ଆଜି ସ୍କୁଲରେ ଯେଉଁ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ସେଥିରେ ଛାତ୍ର ଛାତ୍ରୀ ଓ ସ୍କୁଲ ର କର୍ମଚାରୀ ବହୁ ଆନନ୍ଦିତ ଥିବାର ଦେଖାଯାଇଥିଲା l ଏହି ସ୍କୁଲ ର ବିଭିନ୍ନ ଅସୁବିଧା ନେଇ ପ୍ରଧାନ ଶିକ୍ଷକ ଜ଼ିଲ୍ଲା ମଙ୍ଗଳ ଅଧୁକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଧୀରେ ଧୀରେ ସମସ୍ତ ଅସୁବିଧା କୁ ପୂରଣ କରାଯିବ ବୋଲି ମଙ୍ଗଳ ଅଧିକାରୀ ପ୍ରତିଶୃତି ଦେଇଥିଲେ l ଏହି ସ୍କୁଲର ଛାତ୍ର ଛାତ୍ରୀ ମାନେ ଜ଼ିଲ୍ଲା ତଥା ରାଜ୍ୟସ୍ତରୀୟ ସରିଗୀଫୁଲ କାର୍ଯ୍ୟକ୍ରମ ରେ ଭାଗ ନେଇ କୃତ କାର୍ଯ୍ୟ ହୋଇଥିବା ରୁ ଅତିଥି ମାନେ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ l ସ୍କୁଲର ପ୍ରଧାନ ଶିକ୍ଷକ ଭାସ୍କର ଗମାଙ୍ଗ ଯୋଗଦାନ ପରେ ସ୍କୁଲର ପରିବେଶ ଓ ଶିକ୍ଷାର ମାନ ବୃଦ୍ଧି ହୋଇପାରିଛି ବୋଲି ସ୍କୁଲ ପରିଚାଳନା କମିଟି ସଭାପତି hadibandhub ନିଜ ମନ୍ତବ୍ୟ ରେ କହିଥିଲେ lଛାତ୍ରୀଙ୍କ ଦ୍ୱାରା ଭାରତ ରେ ଏକତା ଓ ସର୍ବଧର୍ମ ର ନୃତ୍ୟ କୁ ଛାତ୍ରୀ ମାନେ ପରିବେଷଣ କରାଯାଇଥିଲା ଯାହା କୁ ଅତିଥି ମାନେ ପ୍ରଶଂସା କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ କୃଷି ଶିକ୍ଷକ ପ୍ରଦୀପ ଚୌଧୁରୀ ମଞ୍ଚ ପରିଚାଳନା କରିଥିବା
ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ନମ ସମତେ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ l


Share: