ଆସିକା ଚିନିଶିଳ୍ପ ରେ ଚିନିପେଡା କାଯ୍ୟ ଆରମ୍ଭ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଏସିଆ ମହାଦେଶର ସର୍ଵ ପୁରାତନ ତଥା ବୃହତ୍ତମ ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଚିନିଶିଳ୍ପ ରେ ଚଳିତ ବର୍ଷର ପ୍ରଥମ ଆଖୁପେଢା କାଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି l

ଶିଳ୍ପର ପରିଚାଳନା ନିର୍ଦେଶକ,କର୍ମଚାରୀ, ଶ୍ରମିକ ଓ ଆଖୁ ଚାଷୀ ଙ୍କ ଉପସ୍ଥିତରେ ହୋମ ଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇ ବୟଲର ଟାଙ୍କିରେ ଅଗ୍ନି ସଂଯୋଗ କରି ଶୁଭାରମ୍ଭ କରାଯଇଛି l ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଚିନି ଶିଳ୍ପର ଅଭିବୃଦ୍ଧି ଘଟିବା ସହିତ ସୁରୁଖୁରୁ ରେ ଆଖୁପେଢା କାର୍ଯ୍ୟ ସାରିବା ନେଇ ଏମ ଡି ଆଶାରଖିଥିବା ବେଳେ ପାଖାପାଖି ଦେଢ଼ମାସ ଧରି ଚିନିଶିଳ୍ପରେ ଆଖୁପେଡା କାର୍ଯ୍ୟ ଚାଲିବା ନେଇ ସୂଚନା ମିଳିଛି l


Share: