ଭୁବନ ରେ ଗୋଟିଏ ଦିନରେ ଶିଳାନ୍ଯାସ ଓ ଲୋକାର୍ପଣ ହେଲା 28 କୋଟି ର ପ୍ରକଳ୍ପ

Share:

ପପୁ କୁମାର ସାହୁ

ଭୁବନ: ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ତାଙ୍କ କାର୍ଯ୍ୟକାଳର ୧ ବର୍ଷ ପୂର୍ତି ଅବସରରେ ସହରବାସୀ ଙ୍କୁ ୧ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟରେ ୧୧ ଟି ନୂତନ ପ୍ରକଳ୍ପ ଭେଟି ଦେଇଥିବା ବେଳେ ଭୁବନ ର ଦିର୍ଘଦିନ ର ସମସ୍ୟା ନୀରବଚ୍ଛିନ୍ନ ପାନୀୟଜଳ ଯୋଗାଣ ପାଇଁ ୨୪ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ଜଳ ବିଶୋଧନାଗାର ଓ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ୱାରା ରଗଡି ନାଳର ପୁନରୁଦ୍ଧାର ଇତ୍ୟାଦି ୫ ଟି ପ୍ରକଳ୍ପ ର ଶିଳାନ୍ୟାସ ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ ମଲ୍ଲିକ ଓ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଙ୍କ ଦ୍ୱାରା କରାଯାଇଛି । ଆଜିର ମାରାଥନ କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧେଶ୍ବର ମନ୍ଦିର ରୁ ଆରମ୍ଭ ହୋଇ ମିନି ପାର୍କ ,ପାଦଚଲା ୱାକିଂ ଟ୍ରାକ ଏବଂ ଖୋଲା ବ୍ୟାୟାମ ଶାଳା କୁ ଉଦଘାଟନ କରିଥିଲେ ଓ ମନ୍ଦିର ନିକଟରେ ଆଉ ଏକ ସ୍ମାର୍ଟ ପାର୍କ ସକାଶେ ଶିଳାନ୍ୟାସ କରିଥିଲେ । ପରେ ହିଙ୍ଗୁଳା ପୀଠ ନିକଟରେ ନିର୍ମିତ ପୋଖରୀ , ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ମିନି ପାର୍କ , ଥାନା ପରିସରରେ ପେଭର ବ୍ଲକ , ନୂଆଭୁବନ ଶିବ ମନ୍ଦିର ପରିସରରେ ପୁନରୁଦ୍ଧାର ହୋଇଥିବା ପୋଖରୀ ,କାଳୀ ବଜାର ଠାରୁ ମାୟାଧର ସାହୁ ଘର ପର୍ଯ୍ୟନ୍ତ ନିର୍ମିତ ନୂତନ ରାସ୍ତା , ଆହାର କେନ୍ଦ୍ର ପରିସରରେ ନବନିର୍ମିତ ରୋଷେଇ ଶାଳା , କେନାଲ ଛକ ଠାରୁ ଓମ ଶାନ୍ତି ଆଶ୍ରମ ପର୍ଯ୍ୟନ୍ତ ନୂତନ କଂକ୍ରିଟ ରାସ୍ତା , ବଉଳ ଛକ ଠାରୁ ଦେଉଳ ଗାଡିଆ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା କୁ ଉଦଘାଟନ କରାଯାଇଛି l ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ରେ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ସମେତ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ , ଶକ୍ତି ପ୍ରସାଦ ସାହୁ , ଜନସ୍ୱାସ୍ଥ୍ୟ ଖଣ୍ଡ ଅନୁଗୁଳ ଅଧୀକ୍ଷଣ ଯନ୍ତ୍ରୀ ବିଳାସ କୁମାର ବେହେରା,ଏସଡିଓ ହେମନ୍ତ କୁମାର ସାହୁ , କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ସୋନାଲି ନାୟକ, କ୍ଷୁଦ୍ର ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ସହକାରୀ ନିର୍ବାହୀ ବବିତା ନାୟକ, ରୋହନ ନାୟକ, ଓ ସମସ୍ତ କାଉନ୍ସିଲର ମାନେ ଉପସ୍ଥିତ ଥିଲେ l


Share: