ଦୀପ ନିଆଁ ରୁ ଗୁହାଳଘର ପୋଡ଼ି ଜଳିଗଲା ଗାଈ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଗଞ୍ଜାମ :ସାନଖେମୁଣ୍ଡି ତହସିଲ୍ ଅନ୍ତର୍ଗତ ସାହାସପୁର ଗ୍ରାମରେ ଆଜି ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ଗୁହାଳ ଭସ୍ମୀଭୂତ ହେବାସହ ଗୋଟିଏ ଗାଈ ଜୀବନ୍ତ ଦଗ୍ଧିଭୂତ ହୋଇଛି ଓ ଦୁଇଟି ଗାଈ ନିଆଁ ରେ ପୋଡ଼ି ଆହତ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନ ଦୁଇଟାବେଳେ ଏକ ଅଭାବନୀୟ ଘଟଣାକ୍ରମେ ଜି ପଦ୍ମା ପାତ୍ରଙ୍କ ଘର ସମେତ ସିତାରାମ ଦୋରା ତ୍ରିପତି ଦୋରା କାଳିଆ ଦୋରା ଙ୍କ ଗୁହାଳ ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା।

ନିଆଁ ରେ ସେମାନଙ୍କ ଗୋଟିଏ ଗାଈ ମୃତ ଓ ଦୁଇଟି ଗାଈ ଆହତ ହୋଇଥିଲେ। ଗୁହାଳରେ ଥିବା ପାୱାର ଟ୍ରଳି କୃଷି ସରଞ୍ଜାମ ସମେତ ପଦ୍ମା ପାତ୍ର ରଖିଥିବା ଚାଉଳ ଘର ସରଞାମ ଅମଳ ଧାନ ସବୁ ଭସ୍ମୀଭୂତ ହୋଇଛି। ଗ୍ରାମବାସୀଙ୍କ ସମେତ ଦିଗପହଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ନିଆଁ କୁ ଆୟତ କରିଥିଲେ। ଅଗ୍ନି ଦୁର୍ଗତଙ୍କ ନିକଟରେ ସାଂସଦ ପ୍ରମିଳା ବିଶୋଇ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ତହସିଲଦାର ଡ ଶ୍ରୀନିବାସ ବେହେରା ନାଏବ ସରପଞ୍ଚ ସୁଶାନ୍ତ ବାଡତ୍ୟା ଏ କୈଳାଶ ପାତ୍ର ଗୋପାଳ ରାଉଳ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେଇଥିଲେ।


Share: