ବିଷପି ମହିଳା ଙ୍କ ଆତ୍ମାହତ୍ୟା ଉଦ୍ଧ୍ୟମ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ପାରିବାରିକ କଳହକୁ ନେଇ ଛତ୍ରପୁର ଥାନା ଆଗରେ ବିଷ ପିଇଦେଇଥିବା ଘଟଣା।ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀର ନଗରର ଏମ ଝିଲି ପାତ୍ର।ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି।ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ଦୁଇ ବର୍ଷ ତଳେ ପ୍ରେମ ବିବାହ କରିଥିବା ବେଳେ,ଝିଲିଙ୍କ ସ୍ୱାମୀ ମୁନା ନିଜ ବାପାମାଆ ଙ୍କ ନିର୍ଯ୍ୟାତନା କୁ ବିରୋଧ କରି ଝିଲିଙ୍କ ସପକ୍ଷରେ ରହିଛନ୍ତି।କିନ୍ତୁ ଝିଲିଙ୍କ ଶଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଉଛନ୍ତି।

ଏ ନେଇ ଛତ୍ରପୁର ଥାନା ରେ ଝିଲିଙ୍କ ଏବଂ ତାଙ୍କ ସ୍ୱାମୀଙ୍କ ପକ୍ଷରୁ ଗତ କିଛିଦିନ ତଳେ ମାମଲା ଦିଆଯାଇଥିଲା।ପୋଲିସ ଉଭୟ ପରିବାରକୁ କାଉନସେଲିଂ ମଧ୍ୟ କରିଥିଲା।ଗତକାଲି ସମାଧାନ ପାଇଁ ପୋଲିସ ଉଭୟ ପରିବାରକୁ ଥାନାକୁ ଡାକି କାଉନସେଲିଂ କରିଥିଲା।ତଥାପି ଝିଲିର ଶଶୁର ଘର ଲୋକେ ଶୁଣିନଥିଲେ। ଯାହା ଦ୍ୱାରା ନ୍ୟାୟ ନ ପାଇବାରୁ ଉଭୟେ ବିଷ ପିଇବାକୁ ନିଷ୍ପତ୍ତି ନେଇଥିବା ବେଳେ ହଠାତ ସ୍ୱାମୀଙ୍କ ହାତରୁ ବିଷ ଆଣି ଥାନା ପରିସରରେ ଝିଲି ବିଷ ପିଇ ଦେଇଥିବା କହିଛନ୍ତି ପରିବାର ଲୋକେ ।


Share: