ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ୍
ଭଗବାନ ପାଢ଼ୀ
ଗଞ୍ଜାମ :କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ବିରଳ ଘଟଣା ଅଢେଇ ଘଂଟା ର ଅପେରସନ ପରେ ରୋଗୀଙ୍କ ପେଟ ରୁ ବାହାରିଥିଲା ଷ୍ଟିଲ ଗ୍ଲାସ ଟି । ଗଞ୍ଜାମ ଜିଲା ବୁଗୁଡା ବ୍ଲକ ବାଲିପଦର ଅଞ୍ଚଳର ଏହି ୪୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ସୁରଟରେ କାମ କରୁଥିବା ବେଳେ କିଛି ଦୁବୁର୍ତ୍ତ ମଦ୍ୟପାନ କରିବା ପରେ ମଳଦ୍ବାର ଭିତରେ ଏହି ଗ୍ଲାସଟି ପୁରାଇ ଦେଇଥିଲେ ତେବେ ଅପରେସନ ପରେ ଗ୍ଲାସ ଟି ବାହାରିଥିବା ପରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ତା ଠିକ ଅଛି ।ବ୍ରହ୍ମପୁର ଏମ କେ ସି ଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର। ମଳଦ୍ୱାରରେ ଷ୍ଟିଲ ଗ୍ଲାସ ଭର୍ତି କରିଦେଇଥିଲେ ଦୁବୁର୍ତ୍ତ ।
ଅଢେଇ ଘଂଟାର ଅପରେସନ ପରେ ପେଟ ରୁ ବାହାରିଲା ଷ୍ଟିଲ ଗ୍ଲାସ ।ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଏଭଳି ଏକ ବିରଳ ଦୃଶ୍ୟ ସାମ୍ନାକୁ ଆସିଛି ଜଣେ ବ୍ୟକ୍ତିଙ୍କ ପେଟ ଭିତରେ ଥିବା ଏକ ବଡ ଷ୍ଟିଲ ଗ୍ଲାସକୁ ଅସ୍ତ୍ରାପଚାର କରି ବାହାର କରାଯାଇଛି । ଗଞ୍ଜାମ ଜିଲା ବୁଗୁଡା ବ୍ଲକ ବାଲିପଦର ଅଞ୍ଚଳର ଏହି ୪୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ସୁରଟରେ କାମ କରୁଥିବା ବେଳେ କିଛି ଦୁବୁର୍ତ୍ତ ମଦ୍ୟପାନ କରିବା ପରେ ମଳଦ୍ବାର ଭିତରେ ଏହି ଗ୍ଲାସଟି ପୁରାଇ ଦେଇଥିଲେ ତେବେ ଏ ନେଇ ସେ କାହାରିକୁ କିଛି କହିନଥିଲେ ।ଏପଟେ ଗ୍ଲାସଟି ଭିତରକୁ ଯିବା ପରେ ତାଙ୍କ ଶରୀରରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଦୁଇ ଦିନ ପରେ ସେ ସୁରତ ଛାଡି ନିଜ ଗାଁକୁ ଚାଲି ଆସିଥିଲେ। ମଳଦ୍ବାରରେ ବନ୍ଦ ହୋଇଯାଇଥିବାରୁ ଦିନକୁ ଦିନ ପେଟ ଫୁଲିବାକୁ ଲାଗିଥିଲା। ପେଟ କାଟିବାରୁ ଶେଷରେ ବାଧ୍ୟ ହୋଇ ବ୍ୟକ୍ତି ଜଣଙ୍କ ଦୁଇ ଦିନ ତଳେ ଏମକେସିଜିକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ। ତେବେ ଡାକ୍ତରମାନେ ମଳଦ୍ବାର ପଟୁ ହିଁ ଗ୍ଲାସଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ ହେଲେ ୭ ଦିନରୁ ଅଧିକ ସମୟ ବିତି ସାରିଥିବାରୁ ତାହା ସମ୍ଭବ ହୋଇନଥିଲା ଏହାପରେ ତାଙ୍କର ଅସ୍ତ୍ରାପଚାର କରି ଗ୍ଲାସ ବାହାର କରିବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ । ଏହା ପରେ ଅସ୍ତ୍ରୋପଚାର ପରେ ପେଟରୁ ବାହାରିଥିଲା ଗ୍ଲାସ ତେବେ ଏହି ଅପରେସନରେ ଶଲ୍ୟ ଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡା ଚରଣ ପଣ୍ଡାଙ୍କ ନିର୍ଦେଶ କ୍ରମରେ ସହାକରୀ ପ୍ରଫେସର ଡା. ସଞ୍ଜିତ କୁମାର ନାୟକ, ଡା. ସୁବ୍ରତ ବରାଳ, ଡା. ସତ୍ୟସ୍ବରୂପ, ଡା. ପ୍ରତିଭା ଓ ତାଙ୍କ ଟିମ ଦୀର୍ଘ ଦୁଇ ଘଣ୍ଟା ଧରି ସଂପୃକ୍ତ ବ୍ୟକ୍ତିଙ୍କ ଅସ୍ତ୍ରାପଚାର କରିଥିଲେ ।ସଫଳ ଅସ୍ତ୍ରାପଚାର ସହ ବ୍ୟକ୍ତିଙ୍କ ଅନ୍ତନଳୀ କଟାଯାଇ ସେହି ଗ୍ଲାସକୁ ବାହାର କରାଯାଇଥିଲା । ବର୍ତ୍ତମାନ ସେହି ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେ ସୁସ୍ଥ ହେଉଥିବା ଡାକ୍ତରମାନେ କହିଛନ୍ତି ଏମ କେ ସି ଜି ଇତିହାସ ରେ ଏହା ପ୍ରଥମ ବିରଳ ଅସ୍ତ୍ରୋପଚାର ହୋଇଥିବା ବେଳେ ଅପରେସନ କରି ସଫଳ ହୋଇଥିବା ଡାକ୍ତର ମାନେ କହିଛନ୍ତି ମେଡିକାଲ ଇତିହାସରେ ଏହା ପ୍ରଥମ ଘଟଣା ବ୍ୟକ୍ତି ଜଣଂକ ୧୦ ଦିନ ଧରି ବହୁତ କଷ୍ଟ ସହିଥିବା ବେଳେ ଏହି ଅପରେସନ କରିବା ବେସ କଷ୍ଟ ଥିଲା ତେବେ ସଫଳ ଅସ୍ତ୍ରୋପଚାର ହୋଇଥିବା ଯୋଗୁଁ ଏଥିରୁ ଅନ୍ୟ ଡାକ୍ତର ମାନେ କିଛି ଶିଖିପାରିବେ ବୋଲି କହିଛନ୍ତି ଚିକିତ୍ସା