350 ରୁ ଉର୍ଦ୍ଧ ଭୋକିଲା ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କଲା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ହଙ୍ଗର୍ସ ଫୁଡ ଲା

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଭୋକିଲା ଙ୍କ ପେଟକୁ ଖାଦ୍ୟ ଯୋଗାଇ ସେମାନଙ୍କ ମୁହଁରେ ହସ ଫୁଟାଉଛି ଗଞ୍ଜାମ ଜିଲ୍ଲା ଆସିକା ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ହଙ୍ଗର୍ସ ଫୁଡ l ଅନୁଷ୍ଠାନ ପକ୍ଷରୁ ବର୍ଷ ତମାମ ଏହି ଭଳି ନିଆରା ପ୍ରୟାସ ଜାରି ରହିଥିବା ବେଳେ ଧାର୍ମିକ ମାସ କାର୍ତିକ ସୋମବାର ଗୁଡିକରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଯଯାତି କେଶରୀ ମହାନ୍ତି ଙ୍କ ସହଯୋଗରେ ଅଞ୍ଚଳର ବିଭିନ୍ନ ଶୈବ ପୀଠ ନିକଟରେ ରହିଥିବା ଭୋକିଲା ମାନଙ୍କୁ ଗାଡିଯୋଗେ ଖାଦ୍ୟ ପହଞ୍ଚା ଯାଇ ସେମାନଙ୍କୁ ବଣ୍ଟନ କରାଯଉଛି l ପ୍ରତିବର୍ଷ କାର୍ତ୍ତିକ ମାସ ସୋମବାର ଗୁଡିକରେ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରଯାଉଥିବା ବେଳେ ଆଜି ଦୁତୀୟ ପାଳି ସୋମବାର ଉପଲକ୍ଷେ ଅଞ୍ଚଳର ସୁବର୍ନେଶ୍ୱର ଶୈବପୀଠ , ଶୀଧେଶ୍ୱର ଶୈବପୀଠ ଓ ପୁଡୁଗେଶ୍ୱର ପଲ୍ଲୀ ଶୈବ ପୀଠ ଏବଂ ଆସିକା ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ବରୀ ଙ୍କ ପୀଠ ନିକଟରେ ରହିଥିବା ପାଖାପାଖି 350 ରୁ ଉର୍ଦ୍ଧ ଭିକ୍ଷୁକ ଓ ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା l

ଏହି ଅବସରରେ ଅନୁଷ୍ଠାନ ର ବହୁ କର୍ମକର୍ତ୍ତା ଉପସ୍ଥାତ ରହିଥିବା ବେଳେ ହଙ୍ଗର୍ସ ଫୁଡ ର ଏହି ନିଆରା କାର୍ଯ୍ୟକ୍ରମ କୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି l


Share: