ଚୋରା ଦେଶୀ ମଦ ଧରୀବାରେ ଅବକାରି ସଫଳ କିନ୍ତୁ ବିଦେଶୀ ମଦ ଧରୀବାରେ ଅସଫଳ
ଦିଲ୍ଲୀ କୁମାର ସ୍ୱାଇଁ

ଖୋର୍ଦ୍ଧା :ଖୁର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ଓ ଗମ୍ଭାରୀମୁଣ୍ଡା ଅଂଚଳରେ ଅବକାରୀ ବିଭାଗ ଦେଶୀ ମଦ ଧରିବାରେ ସଫଳ ହେଉଥିବାବେଳ ବିଦେଶୀ ଚୋରା ମଦ ଧରିବାରେ ଅସଫଳ ହେଉଛନ୍ତି କିନ୍ତୁ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଏଠାରେ ଅବକାରୀ ବିଭାଗ କେବଳ ଦେଶୀମଦକୁ ଧରିବାରେ ସକ୍ଷମ ହେଉଛନ୍ତି କିନ୍ତୁ ଚୋରା ବିଦେଶୀ ନାଲିମଦ ପ୍ରତେକ ସହର ଠାରୁ ଆରମ୍ଭକରି ପଲ୍ଲୀ ପର୍ଯ୍ୟନ୍ତ ଥଣ୍ଡା ଦୋକାନ ଏବଂ ଫାଷ୍ଟଫୋଡ଼ ଦୋକାନୀ ମାନେ ସକାଳ ଛ ଘଣ୍ଟାରୁ ରାତ୍ର ଏଗାର ଘଣ୍ଟା ପର୍ଯ୍ୟନ୍ତ ବେଧଡକଭାବରେ ମଦ ଵେବସାୟ କରୁଛନ୍ତି ତାହାପୁଣି ସରକାରୀ ସ୍କୁଲ. ଅଫିସ ନିକଟରେ ଚୋରା ନାଲି ମଦ ବିକ୍ରୟ ହେଉଛି ଯାହା ଫଳରେ ଅସାମାଜିକ ବ୍ୟକ୍ତି ମଦ୍ୟପାନକରି ଛୋଟ ମୋଟ ଦୁର୍ଘଟଣା ଘଟାଉଛନ୍ତି ଏବଂ ନିଶାଡୀଙ୍କ ଦୌରାତମ୍ମା ରେ ଛାତ୍ର ଛାତ୍ରୀ ମାନେ ଯିବା ଆସିବାରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି କିନ୍ତୁ ଅବକାରୀ ବିଭାଗ ମଦ ବିକ୍ରେୟା ଙ୍କଠାରୁ ମାସିକ ମୋଟା ଅଙ୍କର ଚାନ୍ଦା ପାଇ ନୀରବରେ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇ ରହୁଛନ୍ତି କିନ୍ତୁ ଝୀଂଟିକା କୁ ମାରି ବଣି ପୋଷିବା ଭଳି ଲାଗୁଛି ଏଥି ପ୍ରତି ସାଧାରଣ ଜନତା ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମହଲରୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାପାଇଁ ସାଧାରଣ ଦାବୀ ହେଉଛି।