ବିଶ୍ୱ ହକି କପ୍ ନିମନ୍ତେ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ରେ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ସୋମବାର ଦିନ ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି, ବିଶ୍ୱ ହକି କପ୍ ଟୁର୍ଣ୍ଣାମେଣ୍ଟ ନିମନ୍ତେ ରାଜ୍ୟର ୩୧୪ ଟି ବ୍ଲକ ରେ ପାଳିତ ହେଉଥିବା ବେଳେ ରାମନାଗୁଡା ବ୍ଲକ ରେ ମଧ୍ୟ ପାଳନ କରାଯାଇଛି, ଭାମିନି ଆଇଆରବି ୨ୟ ବାଟାଲିୟନ କମାଣ୍ଡେଣ୍ଟ ଦୀପକ କୁମାର ଦେହୁରୀ ତତ୍ତ୍ୱାବଧାନରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇ ପ୍ରଥମେ କ୍ରୀଡା ମହୋତ୍ସବ ମଶାଲ କୁ ଉଦ୍ ଘାଟିତ କରି ପତାକା ଉତ୍ତୋଳନ କରିଥିଲେ ,ପ୍ରଥମେ ଅତିଥି ମାନେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ସାରିବା ପରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ୟାରେଡ଼ ମାଧ୍ୟମରେ ସମ୍ମାନ ଜଣାଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଭାମିନି ଆଇଆରବି ୨ୟ କମାଣ୍ଡେଣ୍ଟ ଦୀପକ କୁମାର ଦେହୁରୀ, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ବରିଷ୍ଠ ନେତା ଗଗନ ବିହାରୀ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ସେହିପରି ଅନ୍ୟତମ ଅତିଥି ଭାବରେ ବିଜେଡି ବ୍ଲକ ସଭାପତି ବିଜୟ କୁମାର ମାଣ୍ଡାଙ୍ଗି, ଜିଲ୍ଲା ପରିଷଦ ସଭ୍ୟ(ଖ)ସୁରେଶ ଗମାଙ୍ଗ,ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା, କୁଜେନ୍ଦ୍ରୀ ସମିତି ସଭ୍ୟା ଲାଷ୍ମୀପ୍ରିୟା ମାଣ୍ଡାଙ୍ଗି, ପ୍ରମୁଖ ଯୋଗ ଦେଇ ମଞ୍ଚାସୀନ ଥିଲେ , ଗୁଣୁପୁର ବିଧାୟକ ଶ୍ରୀ ଗମାଙ୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ୟମ ବଳରେ ଓଡ଼ିଶା ରେ ଏହି ବିଶ୍ୱ ହକି କପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି ,ତାହା ଓଡ଼ିଶାର ଲୋକ କିପରି ଉପଭୋଗ କରିପାରିବେ ଏବଂ ଓଡ଼ିଶା ରେ ଏହି ବିଶ୍ୱ ହକି କପ ଖେଳର ଆୟୋଜନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା ର ପାତ୍ର ପାଲଟି ଥିବା ସେ ନିଜ ଉଦ୍ ବୋଧନ ରେ କହିଛନ୍ତି ସେହିପରି ବ୍ଲକ ଅଧ୍ୟକ୍ଷ ଶ୍ରୀ ଗମାଙ୍ଗ ଏହି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯେଉଁମାନେ ଭାଗ ନେଇଛନ୍ତି ସେମାନେ ଦମ୍ଭ ର ଖେଳିବାକୁ ପରାମର୍ଶ ଦେଇଥିଲେ କାରଣ ଆଗାମୀ ଭବିଷ୍ୟତ ରେ ଏହି କ୍ରୀଡା ପ୍ରତିଯୋଗିତା ର ପ୍ରମାଣ ପତ୍ର ହିଁ ସେନା ବାହିନୀ ରେ ଯୋଗ ଦେବା ନିମନ୍ତେ ସହାୟକ ହୋଇ ପାରିବ ବୋଲି କ୍ରୀଡା ମହୋତ୍ସବ ରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ,ଉକ୍ତ କ୍ରୀଡା ପ୍ରତିଯୋଗିତାରେ ସଟପୁଟ, ମ୍ୟୁଜିକ ଚେୟାର, ଭଲିବଲ ,ଉଚ୍ଚ ଡିଆଁ, ଲମ୍ବ ଡିଆଁ,୧୦୦ ମିଟର ଦୌଡ଼ ,ଆଦି ପ୍ରସ୍ତୁତ କରାଯାଇଛି,ଉକ୍ତ କ୍ରୀଡା ପ୍ରତିଯୋଗିତାରେ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ଭଲି ବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏଥିରେ ଗଣମାଧ୍ୟମ ପ୍ରତିନିଧି ଙ୍କ ବିଜୟୀ ହୋଇଥିଲା, ଏହି କ୍ରୀଡା ମହୋତ୍ସବ ରେ ରାମନାଗୁଡା ବ୍ଲକ ର ୧୮ ଟି ବିଦ୍ୟାଳୟ ର ୧୧୫ ଜଣ। ଛାତ୍ର ୫୨ଜଣ ଛାତ୍ରୀ ଯୋଗ ଦେଇ ଉକ୍ତ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ ସମୟରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ ଯୋଗ ଦେଇ ଏହି କ୍ରୀଡା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ , ଏହି ସମସ୍ତ କାର୍ଯ୍ୟକ୍ରମ କୁ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ,ସେକ୍ସନ ଓଫିସର ନରେନ୍ଦ୍ର କୁମାର ମହାପାତ୍ର, ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଗଣମାଧ୍ୟମ ପ୍ରତିନିଧିମାନେ ସହଯୋଗ କରିଥିଲେ।


Share: