ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ରାମନାଗୁଡା ପୋଲିସ ଥାନା ଉଦ୍ ଘାଟିତ

Share:

ଅମୂଲ୍ୟ ନିଶଙ୍କ


ରାୟଗଡା :ରାୟଗଡ଼ା ଜିଲ୍ଲା ରାମନାଗୁଡା ନୂତନ ଥାନାକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ଅଗଷ୍ଟ ୨୭ତାରିଖରେ ରାମନାଗୁଡାରେ ଥାନା ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଛନ୍ତି।ଏହି ଉଦ୍ ଘାଟିତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାଶ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ରାୟଗଡା ଜିଲ୍ଲା ଅନୁସୂଚିତ ଜନଜାତି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆର ରାଜପ୍ରସାଦ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ରାମନାଗୁଡା ଥାନା ପ୍ରତିଷ୍ଠା ନେଇ ଦୀର୍ଘ ଦିନ ଦାବି ହେବା ପରେ ଏହାର ଉଦଘାଟନ ହେବା ନେଇ ସମସ୍ତେ ଖୁସି ଅନୁଭବ କହିବା ଆଗକୁ ପୋଲିସ ଲୋକଙ୍କ ସହ ଆସ୍ଥାଭାଜନ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ରାମନାଗୁଡା ଶିକ୍ଷା ବିଭାଗର ଶିକ୍ଷକ, ରାମନାଗୁଡାର କର୍ତ୍ତବ୍ୟନିଷ୍ଠା ଗଣମାଧ୍ୟମ ପ୍ରତିନିଧି ଭାବେ ଶୁଭଜିତ ପଟ୍ଟନାୟକ ,ବିଶ୍ୱନାଥ ସେନାପତି ଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ, ଗୁଣୁପୁର ଆଇନଜୀବୀ ତଥା ସମାଜସେବା ରମେଶ ଲିମା ,ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ରାମନାଗୁଡା ଥାନା ର ଗୃହ ରକ୍ଷୀ, ଝାଡୁଦାର ମାନଙ୍କ ସମେତ ୧୭ଜଣ ଜଣଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଓ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ୨୬ଜଣ ବରିଷ୍ଠ ନାଗରିକଙ୍କୁ ମଧ୍ୟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁର ଏସଡିପିଓ ବିକାଶ ଦେହୁରୀ, ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ ,ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ,ବିଷମକଟକ ଏସଡିପିଓ ବିକାଶ ସାହୁ, ଗୁଣୁପୁର ଆଇଆଇସି ନିଳାମ୍ବର ଜାନି,ପୁଟାସିଂ ଆଇଆଇସି ସୁନିତା ବେହେରାଙ୍କ ସହ ସମସ୍ତ ଥାନା ଆଇଆଇସି ଯୋଗଦାନ କରିଥିବାବେଳେ ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ, ବିଜୁ ଛାତ୍ର ଜନତା ଦଳ ସଭାପତି ପିଙ୍କୁ ପଣ୍ଡା ,ଯୁବ ବିଜେଡି ନେତା ଅମିତ ମହାରଣା ଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।


Share: