ବିଦ୍ୟୁତ ଆଘାତରେ ମହିଳା ମୃତ

Share:

ନିତ୍ୟ ସୁନ୍ଦର ଜେନା

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଦେଉଳପଡା ଗ୍ରାମପଞ୍ଚାୟତ ର ଆୟତପୁର ଗ୍ରାମର ଭ୍ରମରବର ବେହେରା ଙ୍କ ସ୍ତ୍ରୀ ପ୍ରଣତୀ ବେହେରା ଆଜି ସକାଳୁ ପଡୋଶୀ ଘର ବାଡ଼ି କୁ ଠାକୁର ପୂଜା କରିବା ପାଇଁ ଫୁଲ ତୋଳିବା କୁ ଯାଇ ଥିଲେ ସେଠାରେ ବିଦ୍ୟୁତ ତାର
ଛିଣ୍ଡି ପଡ଼ିଥିଲା ଜାଣିପାରି ନ ଥିଲେ ବର୍ଷା ମଧ୍ୟ ଝିପି ଝିପି ଲାଗି ରହିଛି ତେଣୁ ଗୋଡ଼ରେ ଲାଗି ଯିବାରୁ କରେଣ୍ଟ ଆଘାତରେ ମୃତ୍ୟୁ ବରଣ କରି ଥିବା ଅନୁମାନ କରାଯାଉଅଛି ଗୋଡ଼ରେ ମଧ୍ୟ ପୋଡ଼ା କ୍ଷତ ହୋଇଥିବା କିଛି ସ୍ଥାନୀୟ ଲୋକ ମାନଙ୍କ ଠାରୁ ଶୁଣି ବାକୁ ମିଳୁଛି ମୃତଶରୀରକୁ ପୋଷ୍ଟବଟମ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଅଛି ରିପୋର୍ଟ ଆସିବା ପରେ ମୃତ୍ୟୁସମ୍ପର୍କରେ ସଠିକ ତଥ୍ୟ
ମିଳି ପାରିବ। ମୃତ ବ୍ୟକ୍ତି ଙ୍କର ବୟସ ପାଖାପାଖି ୫୧ ବର୍ଷ ହେବ । ଶୋକାକୁଳ ପରିବାର ଓ ଆତ୍ମୀୟ ସୋଦର ଦୁଃଖ ରେ ଭାଙ୍ଗି ପଡିଛନ୍ତି ବା ମ୍ରିୟମାଣ ହୋଇପଡିଛନ୍ତି ।


Share: