କରୋନା ଯୋଦ୍ଧା ଅଭିରାମ ସାହୁଙ୍କୁ “କଳାଶ୍ରୀ ସମ୍ମାନ -୨୦୨୧” ପ୍ରଦାନ

Share:

ଓଡିଶା ବ୍ୟୁରୋ ଚିଫ ସମୀର ରଞ୍ଜନ ।

କଟକ – କଟକ ସଦରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ତିନି ଦିନିଆ ପ୍ରତିଭା ସମ୍ମାନ କାଯ୍ୟକ୍ରମରେ ଅନେକ ସାଂସ୍କୃତିକ କାଯ୍ୟକ୍ରମ, ପ୍ରତିଯୋଗିତା ମାନ ଆୟୋଜିତ ହୋଇ ବହୁ ପ୍ରତିଭାଙ୍କ ସହ ବିଶିଷ୍ଟ ସମାଜସେବୀ ଅଭିରାମ ସାହୁଙ୍କୁ ସମ୍ମାନୀତ କରାଯାଇଛି । ଏହି ସାଂସ୍କୃତିକ ପର୍ବରେ କବୟିତ୍ରୀ ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ସମ୍ପାଦକ ଅଶୋକ ପଟ୍ଟନାୟକ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ମୁଖ୍ୟ ଅତିଥି ସାହିତ୍ୟିକ ଶୁକଦେବ ପରିଡା,ମୁଖ୍ୟବକ୍ତା ଇଂ. ଶ୍ରୀ ସନ୍ନ୍ୟାସୀ,ସମାଜସେବୀ ଅଜୟ ବେହେରା, ସମାଜସେବୀ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, କରୋନା ଯୋଦ୍ଧା ଇଂ.ବସନ୍ତ କୁମାର ରାଉତ ପ୍ରମୁଖ ଯୋଗଦାନ କରିଥିଲେ ଏବଂ ସାନ୍ଧ୍ୟ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଗୁରୁ ହରିହର ଦେଓ, ନିର୍ଦ୍ଦେଶକ ବିଭୂତି ଭୂଷଣ ଭାରତ, ଅଭିନେତା ମୁନା ମୋଦି,ପ୍ରଯୋଜକ ମିଟୁ ମିଥୁନ,ନିର୍ଦ୍ଦେଶକ ସତ୍ୟବ୍ରତ ତ୍ରିପାଠୀ,ବିଶିଷ୍ଟ ଗୀତିକାର ବସନ୍ତ କୁମାର ପାତ୍ର, ନାଟ୍ୟକାର ଅଶୋକ ପାତ୍ର,ସମାଜସେବିକା ପାପୁ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ କାର୍ଯ୍ୟକର୍ତ୍ତା ଦୈତାରୀ ପ୍ରଧାନ,ପ୍ରଲବ୍ୟ ମହାପାତ୍ର,ପବିତ୍ର ମୋହନ ଓଝା,ବାବା ବାବୁ,ସନ୍ତ ବାବୁ, ବାବୁଲି ପାତ୍ର, ଜୂଜୁ, ସୂର୍ଯ୍ୟ, ପପୀନା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ପରିଷଦର ଛାତ୍ରଛାତ୍ରୀ ମାନେ
ଇଞ୍ଜିନିୟର ଅମୀୟ ରଞ୍ଜନ ପଟ୍ଟନାୟକ ଓ ଇଞ୍ଜିନିୟର ବିଶ୍ୱଜିତ ସାହୁଙ୍କ ରଚିତ

‘କିଏ ପର କିଏ ନିଜର’ ନାଟକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମଞ୍ଚସ୍ଥ ହୋଇ ଖୁବ୍ ଦର୍ଶକଙ୍କ ମନ ନେଇଥିଲା ।


Share: