ଆସିକା ସମବାୟ ବ୍ୟାଙ୍କ କେନ୍ଦ୍ର ପରିଚାଳନା ପରିଷଦ ନିର୍ଦେଶକ ପଦ ଲାଗି ଭୋଟ ଗ୍ରହଣ ଜାରି

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର ପରିଚାଳନା ନିର୍ଦେଶକ ପଦଲାଗି ଆଜି ଅନୁଷ୍ଠିତ ହେଉଛି ନିର୍ବାଚନ l

ଆସିକା ହରିହର ହାଇସ୍କୁଲ ଠାରେ ସକାଳ 7 ଟା ରୁ ଭୋଟ ଗ୍ରହଣ ଚାଲିଥିବା ବେଳେ ବ୍ୟାଙ୍କ ର ମୋଟ 15 ଜୋନ ରେ ନିର୍ବାଚନ ହେଉଛି l ଗତ 8 ତାରିଖ ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିଲା l 14 ତାରିଖ ନାମାଙ୍କନ ପ୍ରତିହାର ଏବଂ 15 ତାରିଖ ରେ ଚିହ୍ନ ସହିତ ଚୁଡାନ୍ତ ତାଲିକା ପ୍ରକାଶ ପଇଥିଲା l ଏଥିରେ 8 ଟି ଜୋନ ର ପ୍ରତିନିଧି ଅପ୍ରତିଦ୍ବନ୍ଦି ରହିଥିବା ବେଳେ 11 ନଂ ଜୋନ ରେ କୌଣସି ପ୍ରାର୍ଥୀ ରହିନାହାନ୍ତି l

ADVT.

ଅନ୍ୟ 6 ଟି ଜୋନ ରେ ମୋଟ 26 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ନିଜ ମତସାବ୍ୟସ୍ତ କରୁଛନ୍ତି ଭୋଟର l ନିର୍ବାଚନ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସାନ୍ତି ଶୃଙ୍ଖଳାର ସହିତ ଚାଲିଛି ନିର୍ବାଚନ l


Share: