କେନାଲ ବନ୍ଧ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅଶ୍ୱଷ୍ଟ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅଧିନ ପୋଚିଲିମା କେନାଲ ବନ୍ଧ ନିକଟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି l ମୃତ ଯୁବକ ଆସିକା ଥାନା ଅଧିନ ପଢାଳ ଗ୍ରାମର ବାବୁଲା ଦାସ ଙ୍କ ପୁତ୍ର ସାଗର ଦାସ ହୋଇଥିବା ସୂଚନା ମିଳିଛି l ତେବେ ସାଗର ଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଗୋଟିଏ ମୋଟର ସାଇକେଲ ସହ ତଳେ ପଡ଼ିଥିବା ଦେଖିବାକୁ ମିଳିଛି l ସୂଚନା ମୁତାବକ ସାଗର ନିଜ ଭଉଣୀ ଘର ଷୋମପୁର ରୁ ବଡ ମାଙ୍କ ଘର ଗୋଲ୍ଲାପଲି ଯିବା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି l ଖବର ପାଇ ହିଂଜିଳି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।


Share: