ଭଗବାନଙ୍କ ଠାରୁ ଭକ୍ତ ମହତ୍ତ୍ୱପୂର୍ଣ୍ଣ:ରାଜ୍ୟପାଳ।

Share:

ରଞ୍ଜନ ଦାସ

ପୁରୀ ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏକ ସୁନ୍ଦର ଭଜନ ଗାଇ ଉପସ୍ଥିତ ଶ୍ରୋତା ଓ ଦର୍ଶକ ଙ୍କୁ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ମନ୍ତ୍ରମୁଗ୍ଧ କରିଦେଇଥିଲେ। ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଶ୍ରୀ ପୁରୁଷୋତ୍ତମ ବାଟିକା ପରିସରରେ ଚଳିତ ମାସ ୨୦ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ଶ୍ରୀ ଭାଗବତ କଥା ଜ୍ଞାନ ଯଜ୍ଞ। ଏଥିରେ ମୁଖ୍ୟ ଅତିଥି ଭାବେ ଆଜି ଯୋଗ ଦେଇ ରାଜ୍ୟପାଳ ଗଣେଶୀ ଲାଲ ଭଗବାନଙ୍କ ଠାରୁ ଭକ୍ତ ଅଧିକ ମହତ୍ତ୍ୱପୂର୍ଣ୍ଣ।ଏହା ବିଭିନ୍ନ ସମୟରେ ପ୍ରମାଣିତ କରି ଭଗବାନ ଭକ୍ତ କୁ ଶ୍ରେଷ୍ଠ କରିଛନ୍ତି ବୋଲି କହିବା ସହ ମା ର ବିକଳ୍ପ ନାହିଁ ବୋଲି କହିଥିଲେ। ସ୍ୱୟଂ ଭଗବାନ ମଧ୍ୟ ମା ର ସ୍ନେହ ମମତା ପାଇଁ ଧରା ପୃଷ୍ଠକୁ ଓହ୍ଲେଇ ଆସନ୍ତି ବୋଲି କହିବା ସହ ଭବ ସାଗରରୁ ଉଦ୍ଧାର ପାଇଁ ଭଗବତ ଚିନ୍ତନ, ଶ୍ରବଣ ଓ ସ୍ମରଣ ଉପରେ ଗୁରୁତ୍ୱ ଦେଇଥିଲେ।

ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ ଡଃ ନରେଶ ଚନ୍ଦ୍ର ଶାସ୍ତୀ ଭାଗବତ ର ସୃଷ୍ଟି , ଭାଗବତ ଶ୍ରବଣ,ମନ୍ଥନ, ଭକ୍ତି, ଜ୍ଞାନର ଆଲୋଚନା, ଭାଗବତ କଥାମୃତର ଅନୁପାଳନ ଓ ସମାଜ ପାଇଁ ତାହାର ଆବଶ୍ୟକତା ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ। ରାଜ୍ୟପାଳ ଆଳତୀ କରିଥିଲେ। ମାତାରାଣୀ ଦୟା କି ଜୀୟେ ଭଜନ ଟିକୁ ସୁଲଳିତ କଣ୍ଠରେ ଗାନ କରି ରାଜ୍ୟପାଳ ସମସ୍ତ ଙ୍କୁ ଚମତକୃତ ଓ ବିମୋହିତ କରିଦେଇଥିଲେ। ସେହିପରି ରାଜ୍ୟପାଳ ଙ୍କ ପୁଅ ଶ୍ରୀ ମନୀଷ ସିଂଘାଲ ମଧ୍ୟ ଭଜନ ଗାଇ ସମସ୍ତ ଙ୍କ ମନ ମୋହିଥିଲେ। ତୀର୍ଥ କଥା ମଣ୍ଡଳ ଦିଲ୍ଲୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସଦସ୍ୟ ପୱନ ଅଗ୍ରୱାଲ, ଦୀନେଶ ଗର୍ଗ,ନବୀନ ଗର୍ଗ,ବଜରଙ୍ଗ ଜୈନ, ଅଭିଷେକ ଗୋୟଲ ପ୍ରମୁଖ ସହଯୋଗ କରିଥିଲେ।


Share: