ଗାଡି ଧକ୍କାରେ ମଟରସାଇକେଲ ଚାଳକ ମୃତ ଜାତୀୟରାଜପଥ ୫୩ ଅବରୋଧ

Share:

ପପୁ କୁମାର ସାହୁ

ଦେଙ୍କନାଳ :ଅଜଣା ଗାଡି ଧକ୍କାରେ ମଟରସାଇକେଲ ଚାଳକ ମୃତ। ମୃତକ ହେଲେ ଭୁବନ ଥାନା ଅନ୍ତର୍ଗତ ଭୁବନ ଓ୍ବାର୍ଡ ନମ୍ବର – ୨ ର ଦାମୋଦର ସାହୁ। ବୟସ ୬୦। ଜାତିୟ ରାଜପଥ ୫୩ ମହିଳା ମହାବିଦ୍ୟାଳୟ ରାସ୍ତା ଓଭର ବ୍ରିଜ ତଳେ ସର୍ଭିସ ରୋଡରେ ଘଟିଲା ଦୁର୍ଘଟଣା। ଦାମୋଦର ନିଜ ମଟରସାଇକେଲରେ କୋହ୍ଲସାହି ପଟରୁ ଓଭରବ୍ରିଜ ତଳେ ଯାଉଥିବା ସମୟରେ କାମାକ୍ଷାନଗର ପଟରୁ ଦ୍ରୁତ ଗତିରେ ଆସିଥିବା ଏକଗାଡି ଧକ୍କା ଦେଇଥିଲା। ଭୁବନ ଅଗ୍ନିଶମବାହିନୀ ଦ୍ବାରା ଦିମୋଦରକୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏପଟେ ଅଞ୍ଚଳବାସୀ ଗାଡିଟିକୁ ରାଜପଥ ପାର୍ଶ୍ବରୁ ଅଟକ କରିଥିବା ବେଳେ କ୍ଷତିପୁରଣ ଦାବିରେ ପରିବାର ଲୋକଙ୍କ ସହ ଅଞ୍ଚଳବାସୀ ଜାତୀୟରାଜପଥରେ ଟାୟାର ଜାଳି ଅବରୋଧ କରିଛନ୍ତି। ସର୍ଭିସ ରୋଡରେ ତୁରନ୍ତ ହମ୍ପସ ନିର୍ମାଣ ପାଇଁ ଦାବି କରିଛନ୍ତି। ରାଜପଥର ଉଭୟ ପାର୍ଶ୍ବରେ ଶହଶହ ଗାଡି ଠିଆ ହୋଇଛି। ଘଟଣାସ୍ଥଳରେ ଭୁବନ ପୋଲିସ ପହଁଚି ଏହାର ତଦନ୍ତ କରିବା ସହିତ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରିରଖିଛି।


Share: