ଅହିଂସା ରଥ କୁ ବିଦାୟ ଦିଆଗଲା।

Share:

ରଞ୍ଜନ ଦାସ

ପୁରୀ :ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀ ଙ୍କ ବାର୍ତ୍ତା ବାଣ୍ଟି ଦେଶପ୍ରେମର ନିଦର୍ଶନ ସୃଷ୍ଟି କରୁଥିବା ଅହିଂସା ରଥକୁ ଶନିବାର ପ୍ରତ୍ୟୁଷରୁ ଜିଲ୍ଲା ରୁ ବିଦାୟ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଙ୍କ ଉପସ୍ଥିତିରେ ଅହିଂସା ରଥକୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅହିଂସା ରଥ ଚଳିତ ମାସ ୧୬ ତାରିଖ ରେ ଜିଲ୍ଲା କୁ ଆଗମନ କରିଥିଲା। ପିପିଲିର ଗୁଡିଆପୋଖରୀ ଠାରେ ଦୁଇଟି ଯାକ ରଥକୁ ସ୍ୱାଗତ କରାଯିବା ପରେ ଗୋଟିଏ ରଥ ପିପିଲି ବ୍ଲକ, ପିପିଲି ଏନ ଏ ସି, ଡେଲାଙ୍ଗ ବ୍ଲକ, କଣାସ ବ୍ଲକ, ସତ୍ୟବାଦୀ ବ୍ଲକ, ବ୍ରହ୍ମଗିରି ବ୍ଲକ ଓ କୃଷ୍ଣ ପ୍ରସାଦ ବ୍ଲକ ପରିକ୍ରମଣ କରିଥିଲା। ସେହିପରି ଅନ୍ୟ ଏକ ରଥ ନିମାପଡା ବ୍ଲକ, ନିମାପଡା ଏନ ଏ ସି, କାକଟପୁର ବ୍ଲକ, ଅସ୍ତରଙ୍ଗ ବ୍ଲକ, ଗୋପ ବ୍ଲକ, କୋଣାର୍କ ଏନ ଏ ସି, ସଦର ବ୍ଲକ ଓ ପୁରୀ ମୁନିସିପାଲ୍ଟି ଅଚଂଳ ପରିକ୍ରମା କରି ସଂଗ୍ରାମ ର ଚିତ୍ର କୁ ଭିଡ଼ିଓ ଶୋ ମାଧ୍ୟମରେ ପ୍ରଦର୍ଶିତ କରିଥିଲା। ବିଭିନ୍ନ ସ୍ଥାନରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଲୋକ ପ୍ରତିନିଧି, ଜନସାଧାରଣ ,ଛାତ୍ର ଛାତ୍ରୀ ମାନେ ଏହି ରଥକୁ ବିପୁଳ ସ୍ୱାଗତ କରିଥିଲେ। କଳାକାର, ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସଂଗୀତ ଧୁନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ୨୦ ତାରିଖ ଠାରୁ ଏହି ରଥକୁ ନୟାଗଡ଼ ଜିଲ୍ଲାରେ ପରିକ୍ରମଣ ପାଇଁ ପ୍ରେରଣ କରାଯାଇଥିଲା।


Share: