ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ବସ ରିହାତି ପାସ୍ ବଣ୍ଟନ

Share:

ସମୀର ରଞ୍ଜନ ନାୟକ ।

ପୁରୀ: ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ବସ୍ ରିହାତି ପାସ ବଣ୍ଟନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ ଜଣ ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ଏହି ପାସ ବଣ୍ଟନ କରାଯାଇଛି । ଶତକଡା ୬୦ ଭାଗରୁ ଭିନ୍ନକ୍ଷମ ଥିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ରିହାତି ସହ ତାଙ୍କ ସହ ସହାୟକ ଭାବେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଟିକେଟର ୫୦ ଭାଗ ଭଡା ଦେବାକୁ ପଡିବ । ସେହିଭଳି ୫୦ ଭାଗ ଭିନ୍ନକ୍ଷମ ଥିବା ବ୍ୟକ୍ତିଙ୍କୁ ଟିକେଟର ୫୦ ଭାଗ ଭଡା ଦେବାକୁ ପଡିବ । ବସରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ସହ ଯାତ୍ରା ସମୟରେ କଣ୍ଡକ୍ଟର ମାନେ ସହଯୋଗ କରିବାକୁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଯାରି କରିବାକୁ ଶ୍ରୀ ବର୍ମା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ସାହୁ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


Share: