ବିଶ୍ୱ ମହିଳା ଦିବସ ପାଳିତ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର /ପଟ୍ଟାମୁଣ୍ଡାଇ /
ପଟ୍ଟାମୁଣ୍ଡାଇ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ
ସଙ୍ଗଠନ ଉତ୍କଳମଣି ଯୁବକ ସଂଘ ଦ୍ୱାରା ବିଶ୍ଵ ମହିଳା ଦିବସ ପାଳନ କରାଯାଇଅଛି। ସଂଜୀବନୀ ଶିକ୍ଷା ନିକେତନ ର ଛାତ୍ରୀ ମାନଙ୍କୁ ନେଇ ଏହି ଦିବସ ପାଳନ କରାଯାଇଅଛି। ଆସନ୍ତା କାଲିର ସ୍ଥାୟୀ ପାଇଁ ଆଜି ଲିଙ୍ଗ ସମାନୂପାତ ଜରୁରୀ ବାର୍ତ୍ତା ଦେବା ସହ କେଉଁ ଭଳି ଭାବରେ ନାରୀ ଓ ପୁରୁଷମାନଙ୍କ ମଧ୍ୟରେ ପକ୍ଷପାତ କରା ନଯିବ ସେ ଦିଗରେ ସମାଜକୁ ବାର୍ତ୍ତା ପ୍ରଦାନ କରାଯାଇଅଛି। ଉତ୍କଳମଣି ଯୁବକ ସଂଘ ର ସଭାପତି ଗୌତ୍ତମ ବେହେରା ଏହି କାର୍ଯ୍ୟକ୍ରମ କୁ ପ୍ରତିନିଧିତ୍ଵ କରିଥିଲେ, ଜାତୀୟ ସ୍ଵେଚ୍ଛାସେବୀ ଶ୍ରବଣ କୁମାର ବେହେରା ଛାତ୍ରୀ ମାନଙ୍କୁ ମହିଳା ଦିବସ ର ଗୁରୁତ୍ଵ ବୁଝାଇ ଥିଲେ।ସଂଜୀବନୀ ଶିକ୍ଷା ନିକେତନ ର ଗୁରୁଜୀ ଚିତ୍ତରଞ୍ଜନ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କର ଉତ୍ସାହ ବଢାଇବା ସହ ସଠିକ୍ ମାର୍ଗ ଦର୍ଶନ ଦେବା ସହ, ଉତ୍କଳମଣି ଯୁବକ ସଂଘ ର ସଂପାଦକ ବୈଷ୍ଣବ ବେହେରା, ମନୋଜ, କାଳନ୍ଦି, ଓ ଅନ୍ୟ ସଦସ୍ୟ ମାନେ ଯୋଗଦାନ ଦେଇଥିଲେ।


Share: