ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ମହାକାଳପଡା ଗ୍ରସ୍ତ

Share:

ନିତ୍ୟ ସୁନ୍ଦର ଜେନା

ମହାକାଳୁପଡା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀ ର ଓରତ ଘାଟ ଠାରୁ ଜଗତଯୋର ପର୍ଯ୍ୟନ୍ତ . ବିଜେପି ନେତା ବିଜୟ ମହାପାତ୍ର ଙ୍କର ଏକ ବିରାଟ ଶୋଭାଯାତ୍ରା ର ଆୟୋଜନ ଦେଖିବାକୁ ମିଳିଥିଲା ବହୁତ ଦିନ ପରେ ଏହି ଗ୍ରସ୍ତରେ ସାଧାରଣ ଜନତା ବା ତାଙ୍କ କ୍ରର୍ମୀ ମାନଙ୍କ ଭିତରେ ବହୁତ ଉ‌ତ୍ସା଼ହ ଓ ଉଦ୍ଦିପନା ଦେଖାଯାଇଥିଲା ପ୍ରତ୍ୟେକ ଛକରେ ବିଜେପି କ୍ରର୍ମୀ ମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ,ଓରତ ଘାଟ ଓ ବାବର ଠାରେ ” ଟି ” ପାଟିର ଆୟୋଜନ ହୋଇଥିଲା , ଜଗତଯୋର ଠାରେ ପହଞ୍ଚି ମାଁ କାଳୀଙ୍କୁ ଦର୍ଶନ କରି ମହାକାଳପଡା ବାସିନ୍ଦାଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ କାମନା

ADVT.

କରି ଥିଲେ ଏବଂ ନିଜ ଉଦବୋଧନରେ ମଧ୍ୟ କହିଥିଲେ ଯେ ଏହା ଏକ ସମୁଦ୍ର ପାଖ ଅଞ୍ଚଳ ତେଣୁ ସମସ୍ତ ଙ୍କର ଚେଷ୍ଟା ଏବଂ ଦାୟିତ୍ଵ ବୋଧ ରହିଲେ ଏହି ଅଞ୍ଚଳ ର ବିକାଶ ହୋଇ ପାରିବ, ଉକ୍ତ କାର୍ଯ୍ୟକ୍ରମରେ ମଙ୍ଗଳପୁର ପଞ୍ଚାୟତରେ ସମିତି ସଭ୍ୟ ରଞ୍ଜନ ଚୋଧିରୀ, ଛାତ୍ର ନେତା ପ୍ରଦୀପ ସେଠୀ ,ଏକ୍ସ ସରପଞ୍ଚ ଅଚ୍ୟୁତ ମାଇତି ,ଲାଞ୍ଜୁଡା ସୋସାଇଟର ଡାଇରେକ୍ଟୋର ଜତୀନ ଦାସ , ସମାଜସେବୀ ମାନସ ଦାସ ଙ୍କ ସହିତ ଏହି ଅଞ୍ଚଳ ର ବହୁ ମାନ୍ୟଗନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ଜଗତଯୋର ଠାରେ ବହୁ ସଂଖ୍ୟା ରେ ଜନସାଧାରଣଙ୍କ ଭିଡ ଦେଖିବାକୁ ମିଳିଥିଲା ମାଁ କାଳୀଙ୍କର ପୂଜା ବହୁ ଆଡମ୍ବର ପୂର୍ଣ୍ଣ ଭାବେ ଦେଖାଯାଇ ଥିଲା


Share: