ଯଂଜ୍ଞ କମିଟିର ଅବହେଳା ଯୋଗୁ ବନ୍ଦହେଲା ଦୋଳି ଓ ମିନାବଜାର

Share:

ଭଗବାନ ପାଢ଼ୀ

ଗଞ୍ଜାମ :କୋଦଳାରେ ଚାଲିଥିବା ଶ୍ରୀଶ୍ରୀ ବାବା ଦଣ୍ଡିସ୍ୱରଙ୍କ ବିଶ୍ୱଶାନ୍ତି ପଞ୍ଚ ମହାଯଂଜ୍ଞ ରେ ଗତକାଲି ବିଦୂତ ଆଘାତ ଜଣେ ପ୍ରାଣ ହରାଇ ଥିବା ବେଳେ ଆଜି ପ୍ରଶାସନ ତରଫରୁ କମିଟି ମେମ୍ବର ମାନଙ୍କୁ ଡକାଯାଇଥିଲା କିନ୍ତୁ ସମସ୍ତ କମିଟି ମେମ୍ବର ଯାଇଥିଲେ ମଧ୍ୟ ମୁଖିଆ ବୋଲାଉଥିବା ଜଣକ ଯାଇନଥିଲେ ଯାହାଫଳରେ କୌଣସି ନିଷ୍ପତି ହୋଇପାରିନଥିଲା
ବାଧ୍ୟ୍ୟ ହୋଇ କୋଦଳା ପୋଲିସ ତରଫରୁ ଡାକବାଦୀ ଯନ୍ତ୍ର ଦ୍ୱାରା ଯଂଜ୍ଞ ରେ ପଡ଼ିଥିବା ଦୋଳି ଓ ମିନାବଜାର କୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ପ୍ରଚାର କରିଥିଲେ
ବର୍ତମାନ ଛୋଟ ଛୋଟ ବେପାରୀ ମାନେ ଟଙ୍କା ଦେଇ ନେଇଥିବା ଷ୍ଟଲ ଗୁଡିକ ମଧ୍ୟ ବନ୍ଦ କରାଯାଇଛି
ଯାହାଫଳରେ ବେପାରୀ ମାନେ ଅସନ୍ତୋଷ ବକ୍ତ୍ୟ କରିଛନ୍ତି
ପ୍ରଶାସନ ତରଫରୁ ସମ୍ପୂର୍ଣ ସହଯୋଗ ମିଳିଥିବା ବେଳେ ଜଣକ ପାଇଁହିଁ ଦୋଳି ଓ ମିନାବଜାର ବନ୍ଦ ହେବା ହେତୁ ଅଞ୍ଚଳ ରେ ଅସନ୍ତୋଷ ବଢ଼ିବାରେ ଲାଗିଛି


Share: